ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍‌ ଆଣ୍ଡ ଇନୋଭେସନ୍‌ ହବ୍‌ର ସିଇଓ

ଭୁବନେଶ୍ୱର, ୩୧/୦୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବୁଧବାର  ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟ-ଅପ୍‌ ଆଣ୍ଡ ଇନୋଭେସନ୍‌ ହବ୍‌ (ଆଇ-ହବ୍‌)ର ସିଇଓ ଶ୍ରୀ ହିରଣ୍ମୟ ମହାନ୍ତ । ତାଙ୍କ ସହିତ  ଆଇଜି ଡ୍ରୋନ୍ସର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ବୋଧିସତ୍ୱ ସଂଘପ୍ରିୟ ମଧ୍ୟ ପ୍ରଫେସର ନାୟକଙ୍କୁ ଭେଟିଛନ୍ତି । 

ଏହି ସାକ୍ଷାତ ସମୟରେ ସୋଆରେ ଇନ୍‌କ୍ୟୁଭେସନ୍‌ ଓ ଷ୍ଟାର୍ଟ - ଅପ୍‌ର ବିକାଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା ।  ଏହି ପରିପ୍ରେକ୍ଷୀରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶ୍ରୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

 ଏହି ଅବସରରେ ୟୁଏସ୍‌ଏର ପେନ୍‌ଷ୍ଟେଟ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ତଥା ଡିଷ୍ଟିଙ୍ଗ୍ୟୁଇସ୍‌ଡ ପ୍ରଫେସର ତଥା ସୋଆର ଉପଦେଷ୍ଟା ପ୍ରଫେସର ଚିତ ରଞ୍ଜନ ଦାସ ଓ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

  • SOA-
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.