ନୂଆଦିଲ୍ଲୀ, ୦୮/୦୯: କେନ୍ଦ୍ରୀୟ ବସ୍ତୁ ଏବଂ ସେବା କର (CGST) ବିଭାଗ ଶେମାରୁ ଏଣ୍ଟରଟେନମେଣ୍ଟ ଲିମିଟେଡର ସିଇଓ ହୀରେନ୍ ଗଡ଼ାଙ୍କୁ ଗିରଫ କରିଛି । ୭୦.୨୫ କୋଟି ଟିକସ ଅନିୟମିତତା ଅଭିଯୋଗରେ ଶେମାରୁ ସିଇଓଙ୍କୁ ବାନ୍ଧିଛି ସିଜିଏସଟି । ଶେମାରୁ ଏଣ୍ଟରଟେନମେଣ୍ଟ ଲିମିଟେଡ୍ ଏକାଧିକ ବଲିଉଡ୍ ଫିଲ୍ମର ପ୍ରଯୋଜନା କରିଥିବା ବେଳେ ଏକ ଭିଡିଓ ଆପ୍ ରହିଛି ।
ସିଜିଏସଟି ଅନୁସାରେ, ହୀରେନ୍ ଗଡ଼ା ଓ ତାଙ୍କ ସହଯୋଗୀଙ୍କ ଏକାଧିକ ଶେଲ୍ ଫାର୍ମ୍ସ ରହିଛି । ଯାହା ମାଧ୍ୟମରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ସରକାରଙ୍କ ରାଜକୋଷକୁ ବିପୁଳ କ୍ଷତି ହୋଇଛି । ଶେଲ୍ ପାର୍ମ୍ସ ମାଧ୍ୟମରେ ଶେମାରୁ କୌଣଶି ସେବା ଅଥବା ସାମଗ୍ରୀ ନ ଦେଇ ୭୦.୨୫ କୋଟି ଟିକସ କ୍ରେଡିଟ୍ ପାଇଥିବା ଜଣାପଡ଼ିଛି ।
ଫ୍ୟାନ୍ଙ୍କ ଭିଡ଼ର ଭିଡିଓ ଉପରେ ପ୍ରତିକ୍ରିୟା ଦେଲେ ଶାହରୁଖ, ଲେଖିଲେ- ଆପଣଙ୍କୁ ଥିଏଟର ଯିବାର...
ହୀରେନ୍ ଗଡ଼ାଙ୍କ ବିରୋଧରେ କେନ୍ଦ୍ରୀୟ ବସ୍ତୁ ଏବଂ ସେବା କର ଆଇନର ଧାରା ଲାଗିଛି । ଗୁରୁବାର ତାଙ୍କୁ ମୁମ୍ବାଇର ଏକ କୋର୍ଟରେ ହଜାର କରିଥିଲେ । ଜିଏସଟି ଅଧିକାରୀ ବେଆଇନ୍ ବାବେ ଗଡ଼ାଙ୍କୁ ହେପାଜତକୁ ନେଇଥିବା କହିଥିଲେ ତାଙ୍କ ଓକିଲ ।
ଜିଏସଟି ଅଧିକାରୀ କହିଥିଲେ, ହୀରେନ୍ ଗଡ଼ାଙ୍କୁ ବୁଧବାର ପଚରାଉଚରା ପରେ ସେହିଦିନ ହିଁ ଗିରଫ କରାଯାଇଥିଲା । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଶେମାରୁ ସିଇଓଙ୍କୁ ବିଚାର ବିଭାଗୀୟ ହାଜତକୁ ନ ପଠାଇ ଜାମିନ୍ ଦେଇଛନ୍ତି ।
ଦୁର୍ବଳ ଲଘୁଚାପ, ସକ୍ରିୟ ଘୂର୍ଣ୍ଣିବଳୟ: ଆଜିଠୁ କମିବ ବର୍ଷା, ୧୨ରୁ ଛେଚିବ