ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆହୁରି ତିକ୍ତ ହେଉଛି ଭାରତ-କାନାଡ଼ା ସମ୍ପର୍କ, ମୁକ୍ତ ବ୍ୟାପାର ବୁଝାମଣା ସ୍ଥଗିତ

ନୂଆଦିଲ୍ଲୀ, ୧୬/୦୯: ଜି୨୦ ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କୁ ଗୁରୁତ୍ୱ ନ ମିଳିବା, ବିମାନ ଖରାପ ହେବାରୁ ଭାରତରେ ୨ ଦିନ ରହିବାକୁ ନେଇ କାନାଡ଼ା ଖପ୍ପା ହୋଇଛି । ଭାରତ ଓ କାନାଡ଼ା ମଧ୍ୟରେ ମୁକ୍ତ ବ୍ୟାପାର ବୁଝାମଣା ଆଲୋଚନାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଆଲୋଚନା ରୋକା ଯାଇଥିବା କାନାଡ଼ା ପକ୍ଷରୁ କୁହାଯାଇଛି ।

କାନାଡ଼ାର ବାଣିଜ୍ୟ ମନ୍ତ୍ରୀ ମୈରୀ ଏନଜି ଅକ୍ଟୋବରରେ ଭାରତ ସହ ହେବାକୁ ଥିବା ଟ୍ରେଡ୍ ମିଶନକୁ ସ୍ଥଗିତ କରିଛନ୍ତି । ଏହି ଆଲୋଚନା ଅକ୍ଟୋବରରେ ହେବାର ଥିଲା । ବାଣିଜ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଶାନ୍ତି କୋସେଣ୍ଟିନା କହିଛନ୍ତି, ବର୍ତ୍ତମାନ ପାଇଁ ଆମେ ଭାରତ ସହ ଆଗାମୀ ଟ୍ରେଡ୍ ମିଶନକୁ ସ୍ଥଗିତ ରଖୁଛୁ ।

ଶୁବମନଙ୍କ ଶତକ ବୃଦ୍ଧା; ରୋମାଞ୍ଚକର ମୁକାବିଲାରେ ବାଂଲାଦେଶର ବାଜିମାତ୍‌; ୬ ରନ୍‌ରେ ହାରିଲା ଭାରତ

ତେବେ ଟ୍ରେଡ୍ ମିଶନ ସ୍ଥଗିତ ପଛରେ ଖଲିସ୍ତାନୀକୁ ପ୍ରସଙ୍ଗ କରାଯାଇଛି । କାନାଡ଼ାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗୋଟିଏ ଥର ରାଜନୈତି ପ୍ରସଙ୍ଗର ସମାଧାନ ହେବା ପରେ ଆଲୋଚନା ହୋଇ ପାରିବ । 

ଶିଖ୍ ଫର୍ ଜଷ୍ଟିସ୍ ପକ୍ଷରୁ ବ୍ରିଟିଶ୍ କଲୋମ୍ବିଆର ଏକ ଗୁରୁଦ୍ୱାରକୁ ଖଲିସ୍ତାନକୁ ଦେବା ନେଇ ସେପ୍ଟେମ୍ବର ୧୦ରେ ଜନମତ ସଂଗ୍ରହ କରିଥିଲା । କାନାଡ଼ାରେ ହେଉଥିବା ଭାରତ ବିରୋଧୀ ଗତିବିଧିକୁ ନେଇ ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ପ୍ରଥମେ ଚିଫ୍‌ଙ୍କ ମୃତ୍ୟୁ, ଏବେ ୱାଗନର ଗ୍ରୁପ୍‌ ଆତଙ୍କୀ ସଙ୍ଗଠନ ଘୋଷିତ ; ପୁଟିନଙ୍କ ସହ ବିଦ୍ରୋହ ପଡ଼ିଲା ମହଙ୍ଗା

ଜି ୨୦ ସମ୍ମିଳନୀ ଶେଷ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଥିଲେ, କାନାଡ଼ା ସବୁବେଳେ ବାକ୍ ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ବିରୋଧ ସହ ଅଛି । ଏହା ଆମ ପାଇଁ ଜରୁରୀ । ଆମେ ହିଂସା ଓ ଘୃଣାଭାବକୁ ଶେଷ କରିବାକୁ ଚାହୁଁଛୁ । 

ଭାରତ ଓ କାନାଡ଼ା ମଧ୍ୟରେ ବାଣିଜ୍ୟ ଆଲୋଚନା ୨୦୧୦ରେ ଆରମ୍ଭ ହୋଇଥିଲା । ୨୦୨୩ ଆର୍ଥିକ ବର୍ଷରେ ଭାରତ ସହ କାନାଡ଼ା ୮.୧୬ ଅରବ ଡଲାରର ବାଣିଜ୍ୟ କରିଥିଲା । ଏହି ସମୟରେ ଭାରତ, କାନାଡ଼ାକୁ ୪.୧୧ ଅରବ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା । ଯାହାକି ୨୦୨୨ ଆର୍ଥିକ ବର୍ଷରେ ୩.୭୬ ଅରବ ଡଲାର ରହିଥିଲା ।

ରାଜ୍ୟରେ ମୌସୁମୀ ସକ୍ରିୟ: ୧୮ରେ ଘୂର୍ଣ୍ଣିବଳୟ, ୧୯ରୁ ବଢ଼ିବ ବର୍ଷା

  • Trade Deal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.