ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୨ ପରୀକ୍ଷା ଅଧୀକ୍ଷକଙ୍କ ପାଇଁ ନିର୍ଦ୍ଦେଶାବଳୀ, ପ୍ରତି ୨୦ ପରୀକ୍ଷାର୍ଥୀଙ୍କ ପିଛା ଜଣେ ପରୀକ୍ଷକ ଓ ଜଣେ ରିଲିଭର

ଭୁବନେଶ୍ୱର, ୬।୦୨: ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ସିଏଚ୍‌ଏସ୍‌ଇ ପକ୍ଷରୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ପରୀକ୍ଷା ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ଧ୍ୟାନ ଦେବାକୁ କୁହାଯାଇଛି । ସେପରି ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ନିର୍ଦ୍ଦେଶାବଳୀରେ ପରୀକ୍ଷାକେନ୍ଦ୍ର ଅଧୀକ୍ଷକ ନିଯୁକ୍ତି, ସହ ଅଧୀକ୍ଷକ ନିଯୁକ୍ତି ଏବଂ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ସୂଚିତ କରାଯାଇଛି । ସେହିପରି ପରୀକ୍ଷା ପରିଚାଳନା ସଂପର୍କିତ ନିର୍ଦ୍ଦେଶନାମା ରହିଛି । 

ନିର୍ଦ୍ଦେଶାବଳୀ ଅନୁଯାୟୀ, ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ନିଯୁକ୍ତି କରାଯିବ । ଅଧୀକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ କରାଯିବ । ଯଦି କୌଣସି କାରଣରୁ ଉକ୍ତ ଅଧ୍ୟକ୍ଷଙ୍କ ଯୋଗ୍ୟତା ନଥିବା ତେବେ ଅନ୍ୟ ବରିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ସହ ଅଧୀକ୍ଷକ ନିଯୁକ୍ତି କ୍ଷେତ୍ରରେ ଯେଉଁ କେନ୍ଦ୍ରରେ ୫୦୦ ଭିତରେ ପରୀକ୍ଷାର୍ଥୀ ଥିବେ ସେହି କେନ୍ଦ୍ରରେ ଜଣେ ମାତ୍ର ସହ ଅଧୀକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ପ୍ରତି ୨୦ଜଣ ପରୀକ୍ଷାର୍ଥୀଙ୍କ ପିଛା ଜଣେ ପରୀକ୍ଷକ ଏବଂ ଜଣେ ରିଲିଭର ନିଯୁକ୍ତି କରାଯିବ । ପରୀକ୍ଷାର ଏକ ଘଣ୍ଟା ପୂର୍ବରୁ ସିସିଟିଭି ଚାଲୁ ହେବ । ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରର ଧାର୍ଯ୍ୟ ସମୟର ୩୦ ମିନିଟ୍‌ ପୂର୍ବରୁ ପହଞ୍ଚିବେ । ସାଢ଼େ ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରାଯିବ । ୯ଟା ୪୫ରେ ପରୀକ୍ଷା କକ୍ଷକୁ ଯିବେ । ୯ଟା ୫୦ରେ ଉତ୍ତର ଖାତା ବଣ୍ଟନ ହେବ । ୯ଟା ୫୫ରେ ପ୍ରଶ୍ନ ପତ୍ର ଦିଆଯିବ । 

ସେହିପରି ପରୀକ୍ଷାର୍ଥୀଙ୍କୁ ପରିସ୍ରା ପାଇଁ ୨ ମିନିଟ୍‌ ସମୟ ଦିଆଯିବ । ଏହି ସମୟରେ ପରୀକ୍ଷାର୍ଥୀ ଉତ୍ତରଖାତା ଏବଂ ପ୍ରଶ୍ନପତ୍ରକୁ ପରୀକ୍ଷକଙ୍କ ନିକଟରେ ଦାଖଲ କରିବେ । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କୁ ୩୨ ପୃଷ୍ଠାର ଉତ୍ତରଖାତା ମିଳିବ । ଏକ୍ସ ରେଗୁଲାର (୨୦୨୧ ମସିହାରେ ପଞ୍ଜିକୃତ) ପରୀକ୍ଷାର୍ଥୀଙ୍କୁ ୩୨ ପୃଷ୍ଠା ଏବଂ ଏକ୍ସ ରେଗୁଲାର୍‌ (୨୦୨୦ ମସିହା ମଧ୍ୟରେ ପଞ୍ଜିକୃତ) ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ । ସେଣ୍ଟର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ପରୀକ୍ଷା ଆରମ୍ଭର ଧାର୍ଯ୍ୟ ସମୟ ପୂର୍ବରୁ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read :-

ଶୀତର ବେଳ କାଳ ସରିନି... ମାଡ଼ି ଆସିଲାଣି ଖରା, ଦିନ ତାପମାତ୍ରା ୩୫ ଡିଗ୍ରୀ ଟପିଲା

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.