ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ ଗଣତନ୍ତ୍ରର ହତ୍ୟା ହେବାକୁ ଦେବୁ ନାହିଁ..

ନୂଆଦିଲ୍ଲୀ,୦୬/୦୨: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି. ୱାଇ ଚନ୍ଦ୍ରଚୂଡ଼ ଶୁଣାଣିବେଳେ ନିର୍ବାଚନ ଅଧିକାରୀ ଅନିଲ ମସିହଙ୍କ ଉପରେ ବର୍ଷିଛନ୍ତି । ନିର୍ବାଚନ ଅଧିକାରୀ କ୍ୟାମେରା ଆଡ଼କୁ ଦେଖି ବାଲଟ ପେପରକୁ ନଷ୍ଟ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ବୋଲି ସିଜେଆଇ କହିଛନ୍ତି । ଆପଣ କ’ଣ ଏପରି ନିର୍ବାଚନ ଆୟୋଜନ କରନ୍ତି? ଏହା ଗଣତନ୍ତ୍ରର ଉପହାସ । ଏହା ଗଣତନ୍ତ୍ରର ହତ୍ୟା । ଆମେ ଗଣତନ୍ତ୍ରର ହତ୍ୟା ହେବାକୁ ଦେଇପାରିବୁ ନାହିଁ । ସେହି ଅଧିକାରୀଙ୍କ ଉପରେ ମାମଲା ଚାଲିବା ଜରୁରି ବୋଲି ସିଜେଆଇ କହିଛନ୍ତି । ଏଥିସହ ନିର୍ବାଚନର ସବୁ ରେକର୍ଡ ଏବଂ ଦସ୍ତାବିଜ ଜବତ କରାଯାଇ ପଞ୍ଜାବ ଏବଂ ହରିୟାଣା ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଲଟ ପେପର ଏବଂ ଭିଡିଓଗ୍ରାଫିକୁ ଯତ୍ନର ସହ ରଖିବାକୁ କୁହାଯାଇଛି । ଏଥିସହ ଚଣ୍ଡିଗଡ଼ ନିଗମର ପରବର୍ତ୍ତୀ ବୈଠକ ସ୍ଥଗିତ ରଖିବାକୁ ସିଜେଆଇ ଆଦେଶ ଦେଇଛନ୍ତି । ଆମ ଚେତନାକୁ ସନ୍ତୁଷ୍ଟ କରିବାକୁ ହେବ । ନଚେତ ପୁଣି ନିର୍ବାଚନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୨ ତାରିଖରେ ହେବ ।

ପ୍ରକାଶଥାଉ କି, ଗତ ଜାନୁଆରୀ ୨୮ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ହୋଇଥିଲା । ଜଣେ ସାଂସଦ ଏବଂ ୩୬ କାଉନସିଲର ଭୋଟ ଦେଇଥିଲେ । ସେମାନଙ୍କ ମଧ୍ୟରେ ୧୪ ଜଣ କାଉନସିଲର ଏବଂ ସାଂସଦ ଜଣକ ବିଜେପିର ଥିଲେ । ଜଣେ ଅକାଳି ଦଳର, ୧୩ ଜଣ ଆପ୍‌ର ଏବଂ ୭ କାଉନସିଲର କଂଗ୍ରେସର ଥିଲେ । ବିରୋଧୀ ଇଣ୍ଡିଆ ମେଣ୍ଟ ବା ଆପ୍‌-କଂଗ୍ରେସ ପକ୍ଷରୁ କୁଳଦୀପ କୁମାରଙ୍କୁ ମେୟର ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ନିର୍ବାଚନ ଅଧିକାରୀ ଜାଣିଶୁଣି ଇଣ୍ଡିଆ ମେଣ୍ଟ ସପକ୍ଷରେ ପଡ଼ିଥିବା ୮ ଭୋଟକୁ ନାକଚ କରି ବିଜେପି ପ୍ରାର୍ଥୀ ମନୋଜ ସୋନକରଙ୍କୁ ଜିତାଇଥିବା ଆପ୍‌-କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ନେଇ କୁଳଦୀପ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହ ନିର୍ବାଚନ ଅଧିକାରୀ ଅନିଲଙ୍କୁ ଗିରଫ କରାଯିବା ଦାବିରେ  ଆପ୍‌ ପକ୍ଷରୁ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ୍‌ ଜେ.ବି ପର୍ଦ୍ଦିୱାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ମଙ୍ଗଳବାର ହେବାକୁ ଥିବା ଚଣ୍ଡିଗଡ଼ ନିଗମର ବଜେଟ ଅଧିବେଶନ ଉପରେ ରୋକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.