ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋର୍ଟରେ ଇଡି ଦାଖଲ କଲା ୬୦ ପୃଷ୍ଠାର ଚାର୍ଜସିଟ୍, ସଞ୍ଜୟ ସିଂଙ୍କ ଉପରେ ଲଗାଇଲା ଏ ସବୁ ଅଭିଯୋଗ

ନୂଆଦିଲ୍ଲୀ, ୦୨/୧୨: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର ସଞ୍ଜୟ ସିଂହଙ୍କ ବିରୋଧରେ ଦାଖଲ କରିଛି ଚାର୍ଜସିଟ୍ । ରାଉଜ୍ ଆଭେନ୍ୟୁ କୋର୍ଟରେ ଇଡି ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଇଡି ୨୦୨୩ ଅକ୍ଟୋବରରେ ଘଣ୍ଟାଏ ଧରି ପଚରାଉଚରା ପରେ ଗିରଫ କରିଥିଲା । ସେବେଠୁ ସଞ୍ଜୟ ସିଂହ ତିହାର ଜେଲରେ ଅଛନ୍ତି ।

ଜାମିନ୍ ପାଇଁ ସଞ୍ଜୟ ସିଂହ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବଦନ କରିଛନ୍ତି । ତେବେ କେଉଁଠି ବି ତାଙ୍କୁ ସଫଳତା ମିଳି ନାହିଁ । ନଭେମ୍ବର ୨୪ରେ ସଞ୍ଜୟ ସିଂହ ରାଉଜ ଆଭେନ୍ୟୁ କୋର୍ଟରୁ ନିରାଶ ହୋଇଥିବା ବେଳେ ଡିସେମ୍ବର ୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିଲା ।

‘ମୁଁ ଜେଲରେ ରହିଲେ ବି ଦିଲ୍ଲୀରେ ଜିତିବ ଆମ୍ ଆଦମୀ ପାର୍ଟି’: ଅରବିନ୍ଦ କେଜ୍ରିୱାଲ୍

ମଦ ନୀତି ମାମଲାର ମନି ଲଣ୍ଡରିଂ ମାମଲାରେ ଇଡି ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା । ନଭେମ୍ବର ୨୪ରେ ଇଡି କୋର୍ଟରେ କହିଥିଲା, ମାମଲାରେ ଶୀଘ୍ର ହିଁ ସପ୍ଲିମେଣ୍ଟାରି ଚାର୍ଜସିଟ୍ ଦାଖଲ କରାଯିବ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହା ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିବା ବେଳେ ସେ ବି ଜେଲରେ ଅଛନ୍ତି ।

ସମାନ ମାମଲାରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ମାସ ତଳେ ଜେରା କରିଥିଲା । ଗତ ନଭେମ୍ବର ଇଡି ଜେରା ପାଇଁ ଡାକି ଥିବା ବେଳେ ଯାଇ ନଥିଲେ କେଜ୍ରିୱାଲ୍ । ଏବେ ସଞ୍ଜୟ ସିଂହଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିବାରୁ ସମସ୍ତଙ୍କ ନଜର ଆଗକୁ କଣ ପଦକ୍ଷେପ ନେଉଛି ।

ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ତିହାର ଜେଲରୁ ଆସି ଘରେ ପହଞ୍ଚିଲେ ସିସୋଦିଆ, କୋର୍ଟ ଦେଇଛନ୍ତି ୭ ଘଣ୍ଟାର ସମୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.