ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଆସନ୍ତା ୧୩ରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ୦୯/୦୨: ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ‘ଚିଫ୍‌ ମିନିଷ୍ଟର୍ସ ଆୱାର୍ଡ ଫର୍‌ ଏକ୍ସିଲେନ୍ସି ଇନ୍‌  ହେଲ୍‌ଥ କେୟାର ସର୍ଭିସେସ’ କାର୍ଯ୍ୟକ୍ରମରେ  କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରିବେ ।  ଲୋକସେବା ଭବନରେ ଆୟୋଜିତ  ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ  ୩୫ରୁ ଊଦ୍ଧ୍ୱର୍ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ  କରାଯିବ । 

ସୂଚନାଯୋଗ୍ୟ, କୋଭିଡ୍‌  କାଳରେ ସରକାରୀ ଓ ବେସରକାରୀ  ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ  ଅକ୍ଲାନ୍ତ ପରିଶ୍ରମ କରିଥିଲେ । କୋଭିଡ୍‌  ଭୂତାଣୁ ବିରୋଧରେ ଢ଼ାଲହୋଇ  ଠିଆହୋଇଥିଲେ । ଏଥିପାଇଁ କ୍ୟାପିଟାଲ  ହସ୍ପିଟାଲର ନିର୍ଦ୍ଦେଶକ ଡା.ଲକ୍ଷ୍ମୀଧର  ସାହୁ, ଉପଅଧିକ୍ଷକ ଡା.ଧନଞ୍ଜୟ ଦାସ, ଡା.ଆଲୋକ କୁମାର ସ୍ୱାଇଁ, ଲାବରେଟାରୀ  ଟେକ୍ନିସିଆନ ଓ ଫାର୍ମାସିଷ୍ଟଙ୍କୁ ସମ୍ମାନିତ  କରାଯିବ । ସେହିପରି ଏସସିବିରୁ ୨,  ବୁର୍ଲା ମେଡିକାଲ କଲେଜରୁ ୨, ବ୍ରହ୍ମପୁର  ମେଡିକାଲ କଲେଜରୁ ୨, ବାରିପଦା  ମେଡିକାଲ କଲେଜରୁ ୧ ଓ ଯାଜପୁର  ମେଡିକାଲ କଲେଜରୁ ଜଣଙ୍କୁ ସମ୍ମାନିତ  କରାଯିବ । 

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌  ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଓ  କଟକର ଗୋଟିଏ ଘରୋଇ ହସ୍ପିଟାଲ,  କେନ୍ଦ୍ର ସରକାରଙ୍କ ଆରଏମ୍‌ଆରସି  ଓ ଆଇଏଲ୍‌ଏସ୍‌ ଗବେଷଣା ସଂସ୍ଥା,  ବିଭିନ୍ନ ହସ୍ପିଟାଲ ଓ ଟେଷ୍ଟିଂ କାର୍ଯ୍ୟରେ  ନିୟୋଜିତ ଡାକ୍ତରଙ୍କୁ ସମ୍ମାନିତ କରାଯିବ । ଏଥିସହ ଆଞ୍ଚଳିକସ୍ତରରେ ସେବା  ଯୋଗାଇଥିବା ସ୍ୱାସ୍ଥ୍ୟକର୍ମୀ, ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ  କରିଥିବା କର୍ମଚାରୀଙ୍କୁ ସମ୍ମାନିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.