ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୭।୨ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।   ବାରବାଟୀ ଷ୍ଟାଡିୟମକୁ ୱାର୍ଲ୍ଡ କ୍ଲାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିବା ସହିତ ନବୀକରଣ କାର୍ଯ୍ୟ ବେଳେ ବାରବାଟୀ ଷ୍ଟାଡିୟମର ମୌଳିକତା ଅକ୍ଷୁର୍ଣ ରହିବ ବୋଲି ମଧ୍ୟ ଆଜି ଘୋଷଣା କରାଯାଇଛି।

ବାରବାଟୀର ନବୀକରଣ ସହ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ଓ କ୍ରିକେଟ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ସମ୍ବଲପୁରର ଭିଏସଏସ କ୍ରିକେଟ୍ ଷ୍ଟାଡିୟମର ପୁନନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବ୍ରହ୍ମପୁର ସ୍ପୋର୍ଟସ କମ୍ପ୍ଲେକ୍ସ,  ପୁରୀରେ ଶ୍ରୀ ଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ମହିଳା କ୍ରିକେଟ୍ ଏକାଡେମୀ, ଯାଜପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ଝାରସୁଗୁଡା ⁠ କ୍ରିକେଟ୍ ଗ୍ରାଉଣ୍ଡ, ⁠ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ ଦ୍ୱାରା ବିକଶିତ ୪୧ ଟି କ୍ରିକେଟ୍ ଏକାଡେମୀର  ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ଷ୍ଟାଡିୟମକୁ ମହାତ୍ମା ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ ନାମରେ ନାମିତ କରିବାକୁ  ଘୋଷଣା କରିଛନ୍ତି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଏହି ସ୍ଥାନକୁ ଗସ୍ତକୁ ସ୍ମରଣ କରି ଏହା ଘୋଷଣା କରିଛନ୍ତି।

ଗଞ୍ଜାମରେ  ୨୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ସହ ଭାରୋତ୍ତୋଳନ ଏକାଡେମୀ ଉଦଘାଟନ କରିଛନ୍ତି। ଯାଜପୁରରେ ହକି  ପ୍ରଶିକ୍ଷଣ କେନ୍ଦ୍ର, ବରଗଡରେ ସ୍ପୋର୍ଟସ କମ୍ପେ୍ଲକ୍ସ, ଢେଙ୍କାନାଳରେ ସ୍ପୋର୍ଟସ କମ୍ପେ୍ଲକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 

ବାରବାଟୀ ଷ୍ଟାଡିୟମ ନବୀକରଣ ଉଦଘାଟନ ସମୟରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା, ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ ପ୍ରମୁଖ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.