ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ମାର୍ଚ୍ଚ ୧ରେ ବରମୁଣ୍ଡା ବାବା ସାହେବ ଭୀମରାଓ ବସ୍‌ ଟର୍ମିନାଲ ଲୋକାର୍ପଣ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୦୨: ବରମୁଣ୍ଡା ବାବା ସାହେବ ଭୀମରାଓ ବସ୍‌ ଟର୍ମିନାଲ ଆସନ୍ତା ୧ ତାରିଖରେ ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ ଟର୍ମିନାଲ ଲୋକାର୍ପଣ  କରିବେ । ଏନେଇ ବିଡିଏ ପକ୍ଷରୁ ଜୋରଦାର ପ୍ରସ୍ତୁତି  ଚାଲିଛି । 

ସୂଚନା ମୁତାବକ, ବସ୍‌ ଟର୍ମିନାଲ କାମ  ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଥିବା ବେଳେ ଆଲୋକୀକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବସ୍‌ଷ୍ଟାଣ୍ଡ୍‌ରେ ଟ୍ରାଏଲ ରନ୍‌  କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ କିଛି ବରିଷ୍ଠ  ଅଧିକାରୀ ବସ୍‌ ଟର୍ମିନାଲ ବୁଲି ତଦାରଖ କରିବେ । 

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ  ରହିବ । ଏନେଇ ଗେଟ୍‌ରେ ରେଡିଓ ଫ୍ରିକ୍ୟୁଏନ୍ସି  ଆଇଡେଣ୍ଟିଫିକେସନ ଲାଗିଛି । ବସ୍‌ରେ ସ୍ୱତନ୍ତ୍ର ଫାଷ୍ଟ୍ୟାଗ୍‌  ଜରିଆରେ ଏହା ଚିହ୍ନଟ ହେବ । ମୁଖ୍ୟ ପ୍ରବେଶ ପଥରେ  ବସ୍‌ ପଶିବା ମାତ୍ରେ କମାଣ୍ଡ  ଆଣ୍ଡ୍‌ କଣ୍ଟ୍ରୋଲ ସିଷ୍ଟମ ଆପେ  ଆକ୍ଟିଭ ହୋଇଯିବ । ସେଥିରେ  ଲାଗିଥିବା ସ୍ୱତନ୍ତ୍ର ସପ୍ଟୱେର  ଜରିଆରେ ଆପେ କେଉଁ ବସ୍‌  ବେ ଫାଙ୍କା ରହିଛି ନିର୍ଦ୍ଦେଶ  ଆସିବ ।

ବସ୍‌ ଡ୍ରାଇଭର ଗାଡି  ବେରେ ପଶିବା ମାତ୍ରେ ବସ୍‌ର  ପୁରା ବିବରଣୀ, ଛାଡିବା ସମୟ  ସବୁ ଆପେ ଲୋକଙ୍କୁ ମାଇକ  ଦ୍ୱାରା କମ୍ପ୍ୟୁଟର ସୂଚନା ଦେବ ।  ଖାଲି ସେତିକି ନୁହେଁ, ଯାତ୍ରୀ ବିଶ୍ରାମାଗାର ଓ ଅନ୍ୟ  ସ୍ଥାନରେ ଲାଗିଥିବା ଏଲ୍‌ଇଡି ପୁରା ବିବରଣୀ ସୋ  କରିବ । ଏହାସହ ପାର୍କିଂ ମ୍ୟାନେଜ୍‌ମେଣ୍ଟ ମଧ୍ୟ କରାଯିବ ।  ଯାତ୍ରୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରୀତ ବିଶ୍ରାମାଗାର,  ମଡେଲ ଶୌଚାଳୟ, ରେଷ୍ଟୁରାଣ୍ଟ ରହିଛି । ବସ୍‌ଷ୍ଟାଣ୍ଡରେ  ରେଷ୍ଟୁରାଣ୍ଟ ଢାଞ୍ଚାରେ ଆହାର କେନ୍ଦ୍ର ରହିବ । ଏକାବେଳେ  ୨୫୦ ଲୋକ ଏହି ଆହାର କେନ୍ଦ୍ରରେ ବସି ଖାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.