ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ସନ୍ଦେହ ଘେରରେ ଚୀନ୍‌ ରାଷ୍ଟ୍ରପତି

ବେଜିଂ, ୧୧/୦୯: ପ୍ରଥମେ ବୈଦେଶିକ ମନ୍ତ୍ରୀ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ହେବାକୁ ନେଇ ଚୀନ୍‌ ସମାଲୋଚନାର ଶିକାର ହୋଇଛି । କେବଳ ସେତିକି ନୁହେଁ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ପୂର୍ବରୁ ରକେଟ ଫୋର୍ସର ଜେନେରାଲ୍‌ ମଧ୍ୟ ଗାଏବ ହୋଇଯାଇଥିଲେ । ଚୀନ୍‌ରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜାପାନରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ରେହମ ଇମାନୁଏଲ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଦାବି କରିଛନ୍ତି ଯେ, ଦୁଇ ସପ୍ତାହ ହେଲା ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ଦେଖିବାକୁ ମିଳୁନାହାନ୍ତି । 

୨୦୨୪ ପାଇଁ ରଣନୀତି: କଲ୍‌ ସେଣ୍ଟର ଖୋଲିବ ବିଜେପି, ଦେଶରେ ପ୍ରତିଷ୍ଠା ହେବ ୨୫୦ଟି ସେଣ୍ଟର

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ହୋଇଯିବା ଘଟଣା ପରେ ଚୀନକୁ ନେଇ ପ୍ରଶ୍ନ ଉପୁଜିଛି । ଅଗଷ୍ଟ ୨୯, ୨୦୨୩ ପାଖରୁ ଲି ଶାଙ୍ଗଫୁଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ । ଶେଷ ଥର ପାଇଁ ଶାଙ୍ଗଫୁ ଚୀନ୍‌ ଏବଂ ଆଫ୍ରିକା ମଧ୍ୟରେ ଶାନ୍ତି ଆଲୋଚନା ଫୋରମରେ ନଜର ଆସିଥିଲେ । ଏହା ପୂର୍ବରୁ ଏକ ସୁରକ୍ଷା ସମ୍ମଳନୀରେ ଯୋଗ ଦେବା ଲାଗି ରୁଷ ଗସ୍ତ କରିଥିଲେ ଲି ସାଙ୍ଗଫୁ । ଏହି ଅବସରରେ ଚୀନ୍‌କୁ ଚେକ ଦେବାକୁ ଆମେରିକା ତାଇଓ୍ବାନର ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଥିଲେ । 

ଅନ୍ୟପଟେ ଶାଙ୍ଗଫୁଙ୍କ ନିଖୋଜ ହେବା ଖବର ପ୍ରଘଟ ହେବା ପରେ ସେନାକୁ ଶାନ୍ତି ବଜାୟ ରଖିବାକୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଆହ୍ବାନ ଦେଇଛନ୍ତି । ଏହା ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପିଏଲଏ ସେନାକୁ ଜିନପିଙ୍ଗ କହିଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।  ମାର୍ଚ୍ଚ ୨୦୨୩ରେ ଲି’ଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ଅଗଷ୍ଟ ଶେଷ ସପ୍ତାହ ବେଳକୁ ଲି’ ନିଖୋଜ ହୋଇଯାଇଥିବା ନେଇ ଖବର ମିଳିଛି । ଏହା ପୂର୍ବରୁ ଜୁଲାଇରେ ନିଖୋଜ ଥିବା ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗଙ୍କୁ ପଦରୁ ହଟାଇଦେଇଥିଲେ ସି ଜିନପିଙ୍ଗ । ତାଙ୍କ ସ୍ଥାନରେ ଓ୍ବାଙ୍ଗ ଓ୍ବାଇଙ୍କୁ ନିଯୁକ୍ତ କରାଯାଇଛି । 

ସେହିଭଳି ରକେଟ ଫୋର୍ସର ଜେନେରାଲଙ୍କୁ ଜିନପିଙ୍ଗ ପଦରୁ ବରଖାସ୍ତ କରିବା ପରେ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ୨୦୨୩ ଆରମ୍ଭରୁ ଜିନପିଙ୍ଗ ବିଭିନ୍ନ ରାଜନେତା ଏବଂ ଅଧିକାରୀଙ୍କୁ ପଦରୁ ହଟାଇ ଆସିଛନ୍ତି । ସେମାନଙ୍କ ବିରୋଧରେ ଦୁର୍ନୀତି ନେଇ ଅଭିଯୋଗ ଥିବା କଥା କୁହାଯାଉଛି । କିନ୍ତୁ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ । 

You can also read: ଭବିଷ୍ୟତର ଭାରତର ରହିବନି ହିନ୍ଦୁତ୍ବ, ବିଦେଶୀ ଚ୍ୟାନେଲରେ ଆଇଆଇଟି ଦିଲ୍ଲୀର ପ୍ରଫେସରଙ୍କ ବିବାଦୀୟ ମନ୍ତବ୍ୟ ପରେ ହଙ୍ଗାମା

China's defense minister
China

Copyright © 2022 - Summa Real Media Private Limited. All Rights Reserved.