ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝେଙ୍ଗ୍‌ଙ୍କ ସ୍ୱପ୍ନ ଧୂଳିସାତ୍, ଟାଇଟଲ ବଜାୟ ରଖିଲେ ସାବାଲେଙ୍କା

ମେଲବର୍ଣ୍ଣ, ୨୮।୧: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବେଲାରୁଷର ଅର୍ନ୍ୟା ସାବଲେଙ୍କା ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ମହିଳା ସିଙ୍ଗଲ୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ଆଜି ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ସାବାଲେଙ୍କା ସିଧା ସଳଖ ୬-୩, ୬-୨ ସେଟ୍‌ରେ ଚୀନ୍‌ର କ୍ୱିନେନ ଝେଙ୍ଗଙ୍କୁ ପରାସ୍ତ କରିଥିଲେ । ମାତ୍ର ୭୬ ମିନିଟ୍‌ ମଧ୍ୟରେ ସାବାଲେଙ୍କା ବିଜୟ ହାସଲ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଚମତ୍କାର ଖେଳ ପ୍ରଦର୍ଶନ ଜାରି ରଖି କ୍ୱିନେନ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ । ମାତ୍ର ସାବାଲେଙ୍କା ବିପକ୍ଷରେ ତିଷ୍ଠିବା କଷ୍ଟକର ହୋଇ ଯାଇଥିଲା । ସାବାଲେଙ୍କା ଶକ୍ତିଶାଳୀ ସର୍ଭିସ ଓ ନିଖୁଣ ଗ୍ରାଉଣ୍ଡ୍‌ ଷ୍ଟ୍ରୋକ୍‌ ବଳରେ ଝେଙ୍ଗ୍‌ଙ୍କ ଲୟ ବିଗାଡ଼ି ଦେଇଥିଲେ । ଝେଙ୍ଗ ଶତଚେଷ୍ଟା କରିଥିଲେ ହେଁ ମ୍ୟାଚ୍‌କୁ ଫେରି ପାରିନଥିଲେ । ସବୁ ସ୍ୱପ୍ନ ମଉଳି ଯାଇଥିଲା । ଝେଙ୍ଗ୍‌ଙ୍କ ସ୍ୱପ୍ନର ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଥିଲା । ସାବାଲେଙ୍କା ଚଳିତ ଶତାବ୍ଦୀର ପଞ୍ଚମ ଖେଳାଳି ଭାବେ ସମସ୍ତ ମ୍ୟାଚ୍‌କୁ ସିଧାସଳଖ ସେଟ୍‌ରେ ଜିତି ଚାମ୍ପିଅନ୍‌ ହୋଇଛନ୍ତି । 

ତାଙ୍କ ପୂର୍ବରୁ ୨୦୦୦ରେ ଲିଣ୍ଡସେ ଡାଭେନପୋର୍ଟ, ୨୦୦୮ରେ ମାରିଆ ସାରାପୋଭା, ୨୦୧୭ରେ ସେରେନା ୱିଲିୟମ୍ସ ଓ ୨୦୨୨ରେ ଆସଲି ବାର୍ଟି ଏହି ସଫଳତା ଅର୍ଜନ କରିଥିଲେ । ଗତ ୧୧ବର୍ଷରେ ମହିଳା ଖେଳାଳି ଭାବେ ସାବାଲେଙ୍କା ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଥିଲେ । ତାଙ୍କ ପୂର୍ବରୁ ଅନ୍ୟ ବେଲାରୁଷ ଖେଳାଳି ଭିକ୍ଟୋରିଆ ଆଜାରେଙ୍କା ୨୦୧୨ ଓ ୨୦୧୩ରେ ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିଅନ୍‌ ହୋଇଥିଲେ । ଓପନ୍‌ ଏରା ଇତିହାସର ଦ୍ୱିତୀୟ ଖେଳାଳି ଭାବେ ସେ ଅଷ୍ଟ୍ରେଲିଆନ୍‌ ଓପନ ଜରିଆରେ କ୍ୟାରିୟର୍‌ର ୨ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଛନ୍ତି । ତାଙ୍କ ପୂର୍ବରୁ ଆଜାରେଙ୍କା ଏହି ସଫଳତା ଅର୍ଜନ କରିଥିଲେ । ଏହା ସାବାଲେଙ୍କାଙ୍କ କ୍ୟାରିୟର୍‌ର ୧୨ତମ ହାର୍ଡ କୋର୍ଟ ଟାଇଟଲ ରହିଥିଲା । ଗତ ବର୍ଷକ ମଧ୍ୟରେ ସେ ଇଣ୍ଡିଆନ୍ସ ୱେଲ୍ସ, ୟୁଏସ୍‌ ଓପନ ଓ ବ୍ରିସବେନ୍‌ ଓପନ୍‌ ଫାଇନାଲ୍‌ରେ ପରାଜିତ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.