ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କମ୍ପାନୀର ଅଜବ ଅଫର୍, ମନ ଭଲ ନଥିଲେ କର୍ମଚାରୀ ନେଇପାରିବେ ‘ମୁଡ୍ ଲିଭ୍’

ନୂଆଦିଲ୍ଲୀ, ୨୯।୧: ସାଧାରଣତଃ ଅଫିସ୍‌ରେ କର୍ମଚାରୀଙ୍କୁ ସହଜରେ ଛୁଟି ମିଳିନଥାଏ । ସେଥିପାଇଁ ସେମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ଦର୍ଶାଇ ଛୁଟି ନିଅନ୍ତି । ସେହିଭଳି ଅସୁସ୍ଥତା, ଦୁର୍ଘଟଣା କିମ୍ୱା ଅନ୍ୟାନ୍ୟ ଜରୁରୀ କାମ ପାଇଁ ଲୋକେ ଛୁଟି ନେଉଥିବା ବେଳେ ଏକ ଏଭଳି କମ୍ପାନୀ ଯିଏ ନିଜ କର୍ମଚାରୀଙ୍କ ମନ ଖରାପ ଥିଲେ ବି ଛୁଟି ଦେଇଥାଏ । ଯାହାକି ‘ମୁଡ୍ ଲିଭ୍’ ଭାବେ ପରିଚିତ । ଚୀନର ଝୋଜିୟାଙ୍ଗ ଅଞ୍ଚଳରେ ଜଣେ ମହିଳା କର୍ମଚାରୀଙ୍କ ମନ ଭଲ ନଥିବାରୁ ସେ ମୁଡ୍ ଲିଭ୍‌ରେ ରହିବା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 

ତେବେ ତାଙ୍କର ମନ ଭଲ ନ ରହିବାର କାରଣ ବି ବେଶ୍ ଅଜବ । ସେ ରୁହଥିବା ସ୍ଥାନରେ ତୁଷାରପାତ ନ ହେବାରୁ ତାଙ୍କ ମନ ଭଲ ନାହିଁ । ଫଳରେ ସେ ଅଫିସ୍ ଯିବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଯେଉଁଥିପାଇଁ ମହିଳା ଜଣକ ଛୁଟି ଆବେଦନରେ ଲେଖିଛନ୍ତି ଯେ, ‘ହାଙ୍ଗଜୋହୁରେ ତୁଷାରପାତ ହେଉ ନ ଥିବାରୁ ମୁଁ ଭାବପ୍ରବଣ ଅଛି’ । ଏହାପରେ କମ୍ପାନୀ ତରଫରୁ ମହିଳାଙ୍କୁ ତୁରନ୍ତ ମୁଡ୍ ଲିଭ୍ ମିଳିଛି । 

ତେବେ ଏ କମ୍ପାନୀ ବିଭିନ୍ନ ସମୟରେ ତା’ର କର୍ମଚାରୀଙ୍କୁ ମୁଡ୍ ଲିଭ୍ ଦେଇଥାଏ । ମନ ଭଲ ନଥିଲେ ଏହାର କାରଣ ଦର୍ଶାଇ କର୍ମଚାରୀମାନେ ଛୁଟି ନେଇପାରିବେ । ଏହା ଦ୍ୱାରା ଦରମା ଏବଂ ବୋନସ୍‌ ପ୍ରଭାବିତ ହୋଇନଥାଏ ବୋଲି ଏହି କମ୍ପାନୀ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ଏକଥା ସେୟାର ହେବା ପରେ ଲୋକେ ଏଥିରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.