ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକା ସେନାରେ ଚୀନ୍‌ ଗୁପ୍ତଚର ! ମିସାଇଲ୍‌ ସଂପର୍କିତ ସିକ୍ରେଟ ତଥ୍ୟ ଚୋରି, ବିକ୍ରି ବେଳେ ଧରାପଡ଼ିଲେ

Image Courtesy: navbharattimes

ବେଜିଂ: ସମଗ୍ର ବିଶ୍ବରେ ଏବେ ଚୀନ୍‌ର ଗୁଇନ୍ଦାଗିରି ଚିନ୍ତାର କାରଣ ପାଲଟିଛି।  ଚୀନ୍‌ର ଏହି ଚାଲ୍‌ରୁ ବର୍ତ୍ତିପାରି ନାହିଁ ଆମେରିକା । ଜଣେ ଆମେରିକା ଇଞ୍ଜିନିୟର ପରମାଣୁ ମିସାଇଲ ସଂପର୍କରେ ଜାଣିବାକୁ ଏବଂ ବାଲିଷ୍ଟିକ୍‌ ଓ ହାଇପରସୋନିକ ମିସାଇଲ ସଂପର୍କିତ ଖବର ଜାଣିବାକୁ ଗୁପ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲେ ବୋଲି ଆମେରିକା ଅଭିଯୋଗ କରିଛି । ଲସଆଞ୍ଜେଲସ୍‌ର ଏକ କମ୍ପାନିର କାର୍ଯ୍ୟ କରୁଥିବା ୫୭ ବର୍ଷୀୟ ଚେଙ୍ଗୁଆଙ୍ଗ ଗୋଙ୍ଗ ଟପ୍‌ ସିକ୍ରେଟ୍‌ ଟେକନୋଲୋଜି ଚୋରି କରି ଏହାକୁ ଚୀନ୍‌କୁ ବିକ୍ରି କରିଥିବା ସନ୍ଦେହ କରାଯାଉଛି । ସେପଟେ ଚୋରି ହୋଇଥିବା ତଥ୍ୟ ଯଦି ଅନ୍ତର୍ଜାତୀୟ ସ୍ତରରେ ଲିକ୍‌ କରାଯାଇଥାଏ ତେବେ ଏହା ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌ (ଡିଓଜେ) ପକ୍ଷରୁ କୁହାଯାଇଛି ।

 ମିଳିଥିବା ସୂଚନା ଅନୁସାରେ, ଗୋଙ୍ଗ ପ୍ରଥମେ ଚୀନ୍‌କୁ ଏଭଳି ତଥ୍ୟ ଦେବା ପାଇଁ ସଂପର୍କ କରିଥିଲେ । ସେପଟେ ଗୋଙ୍ଗ ଚୀନ୍ର ବଂଶୋଦ୍ଭବ ବୋଲି ଆମେରିକା ଦାବି କରିଛି । ହେଲେ ସେ ୨୦୧୧ ଆମେରିକାର ନାଗରିକତା ଗ୍ରହଣ କରିଥିଲେ । ତାଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା ଏବଂ ବୁଧବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗୋଙ୍ଗ ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଚୀନ୍‌ ସରକାରଙ୍କ ଦ୍ବାରା ଆରମ୍ଭ ‘ପ୍ରତିଭା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଥିଲା । ପ୍ରତିଭା କାର୍ଯ୍ୟକ୍ରମ ମାଧ୍ୟମରେ ଚୀନ୍‌ ବାହାର ଦେଶରେ କାର୍ଯ୍ୟ କରୁଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ଚିହ୍ନଟ କରେ  । ସେମାନଙ୍କ ଦ୍ବାରା ଚୀନ୍‌ ନିଜର ଅର୍ଥ ବ୍ୟବସ୍ଥା ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ଚେଷ୍ଟା କରେ ବୋଲି ଲସଆଞ୍ଜେଲସ୍‌ରେ ଦାଏର ହୋଇଥିବା ମାମଲାରେ ଏହା ଦର୍ଶାଯାଇଛି ।

ସେହିଭଳି ଗୋଙ୍ଗ ଏଭଳି ତଥ୍ୟ ଚୀନ୍‌କୁ ଦେବାକୁ ଚାହୁଁଥିଲେ ବା ଦେଇଥିଲେ ଯେଉଁ ତଥ୍ୟ ଚୀନ୍‌ ପାଖରେ ନଥିଲା । ସେପଟେ ମାଲିବୁରେ ଥିବା କୌଣସି ଟେକନୋଲୋଜି କମ୍ପାନିରୁ ଗୋଙ୍ଗ ୩୬୦୦ରୁ ଅଧିକ ଡିଜିଟାଲ୍‌ ଫାଇଲ ୩ଟି ବ୍ୟକ୍ତିଗତ ଷ୍ଟୋରେଜ୍‌ ଡିଭାଇସରେ ଟ୍ରାନ୍ସଫର କରିଥିଲେ । ସେଠାରେ ଗୋଙ୍ଗ ୨୦୨୩ରେ ୪ ମାସରୁ କମ୍‌ ସମୟ ପାଇଁ କାର୍ଯ୍ୟ କରିଥିଲେ । ୩୦ ମାର୍ଚ୍ଚ ୨୫ ଏପ୍ରିଲ ମଧ୍ୟରେ ଗୋପନୀୟ ଫାଇଲ୍‌ ଟ୍ରାନ୍ସଫର କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି ।

 

  • China
  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.