ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ତାଇଓ୍ବାନ ନିକଟ ସମୁଦ୍ରରେ ଧ୍ବଂସ ହୋଇଯାଇଛି ଚୀନ୍‌ର ଶକ୍ତିଶାଳୀ ବୁଡ଼ାଜାହାଜ, ୧୦୦ ନୌସନିକ ମୃତ !

Image Courtesy: The Times

ବେଜିଂ, ୧୭/୦୯: ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ ହୋଇଯାଇଥିବା ବେଳେ ଚୀନ୍‌ ନୌସେନାର ଏକ ଆଣବିକ ଶକ୍ତିସଂପନ୍ନ ବୁଡ଼ାଜାହଜ ଗାଏବ ହୋଇଥିବା ନେଇ ଖବର ଚର୍ଚ୍ଚାକୁ ଆସିଥିଲା । ତାଇଓ୍ବାନର ଜଳ ରେଖାରେ ପ୍ରବେଶ କରିଥିବା ବେଳେ ଚୀନ୍‌ର ଏକ ସବମରିନ ବା ବୁଡ଼ାଜାହାଜ ନିଖୋଜ ହୋଇଯାଇଥିଲା । ଏହା ଏକ ଭୀଷଣ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବୁଡ଼ାଜାହାଜଟି ସଂପୂର୍ଣ୍ଣ ଧ୍ବଂସ୍ତ ହୋଇଯାଇଥିବା ଚର୍ଚ୍ଚା ହେଉଛି । 

ହେଲେ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଏନେଇ କିଛି ସୂଚନା ଦେବାକୁ ରାଜି ନଥିବା ଜଣାପଡ଼ିଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଦୁଇ ସପ୍ତାହ ହେଲା ନଜର ଆସିନାହାନ୍ତି । ସେ ନିଖୋଜ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବୁଡ଼ାଜାହାଜ ଧ୍ବଂସ ହେବା ଖରବ ଚୀନର ଆଭ୍ୟନ୍ତରୀଣ ସ୍ଥିତି ଠିକ୍‌ ନଥିବା ଦର୍ଶାଉଛି । ପିଏଲଏ-ନୌସେନାର ସବୁଠାରୁ ଶକ୍ତିଶାଳୀ ଆଣବିକ ଶକ୍ତି ସଂପନ୍ନ ବୁଡ଼ାଜାହାଜ ଧ୍ବଂସ ହୋଇଯାଇଥିବା ନେଇ ଅଗଷ୍ଟ ୨୧ରୁ ଖବର ମିଳିଥିଲା । ଏଥିରେ ଥିବା ୧୦୦ ନୌସୖନିକଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ମିଡିଆ ରିପୋର୍ସରେ କୁହାଯାଇଥିଲା । 

ହେଲେ ଚୀନ୍‌ ସରକାର ଏନେଇ କୌଣସି ସୂଚନା ଦେଇନଥିଲେ । ଗୋଟିଏ ପଟେ ପ୍ରତିରକ୍ଷା ମନ୍ତ୍ରୀ ଶାଙ୍ଗଫୁଙ୍କ ନିଖୋଜ ହେବା ଘଟଣା ଚୀନ୍‌କୁ ସନ୍ଦେହ ଘେରକୁ ଆଣିଛି । ଅନ୍ୟପଟେ ତାଇଓ୍ବାନ ନିକଟ ସମୁଦ୍ରରେ ବୁଡ଼ାଜାହଜ ଧ୍ବଂସ ହେବା ଖବର ଚୀନ୍‌କୁ ଚିନ୍ତାରେ ପକାଇଛି । ତେବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଖୋଜ ହେବା ସହ ବୁଡ଼ାଜାହାଜ ଦୁର୍ଘଟଣା ମଧ୍ୟରେ କୌଣସି ସଂପର୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ।  

Taiwan
China

Copyright © 2022 - Summa Real Media Private Limited. All Rights Reserved.