ଆନନ୍ଦପୁର, ୧୯।୯ : ଟିପର ଧକ୍କାରେ ସଫେଇ କର୍ମଚାରୀଙ୍କ ମୃତ୍ୟୁ। ଆନନ୍ଦପୁର ଥାନା ସଡଙ୍ଗି ଛକ ଠାରେ ସଫେଇ କର୍ମଚାରୀଙ୍କ ଉପରେ ଏକ ଟିପର ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ମନୋଜ ମୁଖୀ ଆନନ୍ଦପୁର ଡାକ୍ତରଖାନାରେ କାର୍ଯ୍ଯରତ ଥିଲେ।
ସୂଚନାନୁଯାୟୀ, ମନୋଜ ସୋମବାର ବିଳମ୍ବିତ ସନ୍ଧ୍ଯାରେ କୌଣସି କାମରେ ବାଇକ୍ ଯୋଗେ ଯାଉଥିବାବେଳେ ପଛପଟୁ ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟିପରକୁ ଜବତ କରିଛି। ହେଲେ ଡ୍ରାଇଭର ଫେରାର ଥିବା ଜଣା ପଡିଛି। ମନୋଜଙ୍କ ଅକାଳ ବିୟୋଗରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।