ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଘରୋଇ ଗ୍ୟାସ୍ ପରେ ହ୍ରାସ ପାଇଲା ବାଣିଜ୍ୟିକ ସିଲିଣ୍ଡର ଦର

ନୂଆଦିଲ୍ଲୀ, ୦୧/୦୯: ଘରୋଇ ରୋଷେଇ ଗ୍ୟାସ୍ ପରେ ସରକାର ବାଣିଜ୍ୟିକ ସିଲିଣ୍ଡର ଦର ହ୍ରାସ କରିଛନ୍ତି । ଆଜିଠୁ ଲାଗୁ ହୋଇଛି ନୂଆ ଦର । ୧୯ କେଜି କମର୍ସିଆଲ୍ ସିଲିଣ୍ଡର ଦର ୧୫୮ ଟଙ୍କା କମ୍ ହୋଇଛି । କିଛିଦିନ ତଳେ ସରକାର ଘରୋଇ ରୋଷେଇ ଏଲପିଜି ଦର ୨୦୦ ଟଙ୍କା କମାଇଥିଲେ ।

ଏବେ ୧୯ କେଜି କମର୍ସିଆଲ୍ ଗ୍ୟାସ୍ ପାଇଁ ଉପଭୋକ୍ତାଙ୍କୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ୧୫୨୨ ଟଙ୍କା ଦେବାକୁ ପଡ଼ିବ । ଯେତେବେଳେ କି କୋଲକାତାରେ ୧୬୩୬ ଟଙ୍କା, ମୁମ୍ବାଇରେ ୧୪୮୨ ଟଙ୍କା ଓ ଚେନ୍ନାଇରେ ୧୯ କେଜି କମର୍ସିଆଲ୍ ସିଲିଣ୍ଡର ଦର ୧୬୯୫ ଟଙ୍କା ହୋଇଛି ।

୧୮ ପ୍ରତିଶତ ବଢ଼ିଲା ATF ଦାମ, ପାର୍ବଣ ଋତୁରେ ବିମାନ ଯାତ୍ରା ମହଙ୍ଗା ହେବ

ରାକ୍ଷୀ ପୂର୍ଣ୍ଣିମା ଅବସରରେ କେନ୍ଦ୍ର ସରକାର ଘରୋଇ ରୋଷେଇ ଗ୍ୟାସ୍ ମୂଲ୍ୟ ୨୦୦ ଟଙ୍କା କମାଇଥିଲେ । ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଅତିରିକ୍ତ ୨୦୦ ଟଙ୍କା ସବସିଡି ଦେବା ନେଇ ଘୋଷଣା କରିଥିଲେ । ଏଭଳି ଭାବେ ଉଜ୍ଜ୍ୱଳା ହିତାଧିକାରୀ ୪୦୦ ଟଙ୍କା ଶସ୍ତାରେ ଗ୍ୟାସ୍ କିଣି ପାରିବେ ।

ଜୁଲାଇ ପୂର୍ବରୁ ବାଣିଜ୍ୟିକ ସିଲିଣ୍ଡର ଦାମ ଚଳିତବର୍ଷ ୨ ଥର କମିଥିଲା । ମେ ଓ ଜୁନରେ ସରକାର ୨ ଥର କମର୍ସିଆଲ୍ ଗ୍ୟାସ ଦର ହ୍ରାସ କରିଥିଲେ । ମେରେ ତୈଳ କମ୍ପାନୀ ୧୯ କେଜି ସିଲିଣ୍ଡର ଦାମ ୧୭୨ ଟଙ୍କା ହ୍ରାସ କରିଥିବା ବେଳେ ଜୁନରେ ୮୩ ଟଙ୍କା କମାଇଥିଲେ । ଏହାଛଡ଼ା ଏପ୍ରିଲ୍ ମାସରେ ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା ।

୧୭ ମାଛକୁ ୭୦ ଲକ୍ଷରେ ବିକ୍ରି କଲେ ମତ୍ସ୍ୟଜୀବୀ, କିଣିଲା କୋଲକାତାର ଜିକେଡି କମ୍ପାନି

  • LPG
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.