ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କମିଶନରେଟ୍‌ ପୁଲିସରେ ପୁଣିି ଅଦଳବଦଳ: ବଦଳିଲେ ୬ ଏଡିସିପି, ୧୩ ଏସିପି

ଭୁବନେଶ୍ୱର,୧୩/୦୨: ସାଧାରଣ  ନିର୍ବାଚନ ପୂର୍ବରୁ କମିଶନରେଟ୍‌ ପୁଲିସରେ ପୁଣି  ଅଦଳବଦଳ ହୋଇଛି । ୬ଜଣ ଅତିରିକ୍ତ ଡିସିପିଙ୍କ ବଦଳି ହୋଇଛି । ୧୩ଜଣ ଏସିପି ବଦଳିଛନ୍ତି ।  ତା’ ଛଡ଼ା ୩ଜଣ ସବ୍‌ଇନ୍ସପେକ୍ଟରଙ୍କୁ ବି ବଦଳି  କରାଯାଇଛି । ଖୁବ୍‌ ଶୀଘ୍ର ଏମାନେ ନୂଆ ସ୍ଥାନରେ  ଯୋଗ ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।  

ଏଡିସିପି ଅନିଲ ବେଉରିଆଙ୍କୁ ଭୁବନେଶ୍ୱର  ଡିସିପି ଅଫିସ୍‌ରୁ ସିପି ଅଫିସର କ୍ରାଇମ୍‌-କମ୍‌ଜୁଡିସିଆଲ୍‌ ଦାୟିତ୍ୱ ମିଳିଛି । ଏଡିସିପି କେ ପି ଦାଶଙ୍କୁ କଟକ ଆଇୟୁସିଏଡବ୍ଲୁରୁ ଭୁବନେଶ୍ୱର  ସିପି ମୁଖ୍ୟାଳୟ, ଏଡିସିପି ସରିଫ୍‌ଉଦ୍ଦିନ୍‌ଙ୍କୁ  କଟକ ୟୁପିଡି(ଇଏମ୍‌)ରୁ ଭୁବନେଶ୍ୱର ୟୁପିଡି (ଇଏମ୍‌), ଭୁବନେଶ୍ୱର ଡିସିପି ଅଫିସ୍‌ରେ ଥିବା  ଏଡିସିପି ପ୍ରକାଶ ପାଲ୍‌ଙ୍କୁ କଟକ ଆଇୟୁସିଏଡବ୍ଲୁ,  ଭୁବନେଶ୍ୱର ଡିସିପି ଅଫିସ୍‌ ଆଇୟୁସିଏଡବ୍ଲୁରେ  ଥିବା ଏଡିସିପି ତରୁଣ ଦାସଙ୍କୁ କଟକ ୟୁପିଡି  (ଇଏମ୍‌)କୁ, ଟ୍ରାଫିକ୍‌ ଏଡିସିପି ଦେବଦତ୍ତ କରଙ୍କୁ  କଟକ ଡିସିପି ଅଫିସ୍‌କୁ ବଦଳି ହୋଇଛି ।  

କଟକ ଆଇୟୁସିଏଡବ୍ଲୁ ଏସିପି ସତ୍ୟ ମଲ୍ଲିକଙ୍କୁ  ସିପି ଅଫିସ୍‌ର ଲାଇସେନ୍ସ ସେଲ୍‌, ଭୁବନେଶ୍ୱର  ଡିସିପି ଅଫିସ୍‌ ଆଇୟୁସିଏଡବ୍ଲୁରେ ଥିବା ଏସିପି  ମାନସ ଗଡ଼ନାୟକଙ୍କୁ ଟିଟିଆଇ (ଲକ୍ଷ୍ମୀସାଗର),  କଟକ ଡିସିପି କ୍ରାଇମ୍‌ ସେକ୍ସନରେ ଥିବା ଏସିପି  ପ୍ରଣିତା ପଟ୍ଟନାୟକ ଭୁବନେଶ୍ୱର ଡିସିପି ଅଫିସରେ  ଥିବା କ୍ରାଇମ୍‌ ସେକ୍ସନ୍‌, କଟକ ଜୋନ୍‌-୨ ଏସିପି  ଅମିତାଭ ମହାପାତ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସ୍‌,  ଭୁବନେଶ୍ୱର ଆଇୟୁସିଏଡବ୍ଲୁର ଏସିପି କୃଷ୍ଣଚନ୍ଦ୍ର  ପଲେଇଙ୍କୁ ଜୋନ୍‌-୨ ଭୁବନେଶ୍ୱର, କଟକ  ଜୋନ୍‌-୩ ଏସିପି ତପନ ପ୍ରଧାନଙ୍କୁ ଭୁବନେଶ୍ୱର  ଜୋନ-୩, ଏସିପି ଗିରିଜା ଚକ୍ରବର୍ତ୍ତୀ ଜୋନ୍‌-୨  ଭୁବନେଶ୍ୱରରୁ ଜୋନ୍‌-୨ କଟକ, ଭୁବନେଶ୍ୱର  ଜୋନ-୩ ଏସିପି ପ୍ରଦୀପ କୁମାର ରାଉତଙ୍କୁ  କଟକ ଜୋନ୍‌-୩, ଏୟାରପୋର୍ଟ ଥାନାରେ ଥିବା  ଏସିପି ଇନ୍‌ଚାର୍ଜ ଉମାଶଙ୍କର ପ୍ରଧାନଙ୍କୁ କଟକ ଜୋନ୍‌-୪, ସିପି ଅଫିସରେ ଥିବା ସ୍ପେଶାଲ  କ୍ରାଇମ୍‌ ୟୁନିଟ୍‌ ଏସିପି ବିଶ୍ୱରଞ୍ଜନ ସେନାପତି  କ୍ରାଇମ୍‌ କଟକ ୟୁପିଡିକୁ ବଦଳି ହୋଇଛି ।  ତା’ଛଡା ସ୍ପେଶାଲ୍‌ ସ୍କ୍ୱାଡ୍‌ ଏସିପି ହିମାଂଶୁ ସ୍ୱାଇଁକୁ  ଟିଟିଆଇ ଭୁବନେଶ୍ୱରକୁ, ସହିଦନଗର ଥାନା  ଏସିପି ଇନ୍‌ଚାର୍ଜ ମନୋଜ ଶତପଥୀଙ୍କୁ କଟକ  ଡିସିପି ଅଫିସ୍‌ର ଆଇୟୁସିଏଡବ୍ଲୁ, ଭୁବନେଶ୍ୱର  ଆଇୟୁସିଏଡବ୍ଲୁରେ ଥିବା ଏସିପି ଅଶୋକ ଗିରିଙ୍କୁ  କଟକ ଆଇୟୁସିଏଡବ୍ଲୁକୁ ବଦଳି ହୋଇଛି ।  

ତା’ଛଡା ୩ ଜଣ ଏସ୍‌ଆଇଙ୍କର ମଧ୍ୟ  ବଦଳି ହୋଇଛି । ଖାରବେଳନଗର ଥାନାରେ ଥିବା  ଏସ୍‌ଆଇ ଶୁଭ୍ରଜିତ ମଙ୍ଗରାଜଙ୍କୁ କଟକ ଲାଗବାଗ  ଥାନା, ଚନ୍ଦ୍ରଶେଖପୁର ଥାନା ଏସ୍‌ଆଇ ସିଦ୍ଧାର୍ଥ ରଞ୍ଜନ  ଜଲ୍ଲିଙ୍କୁ କଟକ ଚୌଦ୍ୱାର ଥାନା ଓ ଭୁବନେଶ୍ୱର  ସାଇବର ଥାନାରେ ଥିବା ମନ୍ଦାକିନି ଭୋଇଙ୍କୁ କଟକ  ମର୍କତ୍ତନଗର ଥାନାକୁ ବଦଳି ହୋଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.