ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟି ଅଧ୍ୟକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି: ମାଲକାନଗିରି ନୂତନ ଜିଲ୍ଲାପାଳ ତଥା ରେଡ଼କ୍ରସ ସୋସାଇଟି ଅଧ୍ୟକ୍ଷ  ସଚିନ ପାୱାର ପ୍ରକାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଏହି ଉତ୍ସବରେ ଜିଲ୍ଲା ଯୁବ ରେଡ଼କ୍ରସ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l  ଜିଲ୍ଲା ପାଳ ଶ୍ରୀ ପାୱାର ଯୁବ ରେଡ଼କ୍ରସର କାର୍ଯ୍ୟକଳାପ ଉପରେ ବିଶେଷ ଦୃଷ୍ଟି ଆକର୍ଷଣ କରିବା ସହିତ ଆଗାମୀ ଦିନରେ ରେଡ଼କ୍ରସକୁ କିପରି ତ୍ୱରାନ୍ୱିତ କରାଯିବ ତାହା ବିଷୟରେ ବିଶେଷ ଗୁରୁତ୍ୱ ଦେଇଛନ୍ତି l ମାଲକାନଗିରି ଜିଲ୍ଲାରେ ଜିଲ୍ଲା ଯୁବ ରେଡ଼କ୍ରସର କାର୍ଯ୍ୟକ୍ରମକୁ ମାଗଣାରେ ଆମ୍ବୁଲାନ୍ସ ସହ ଭ୍ରାମ୍ୟମାଣ ଚିକିତ୍ସା ଗାଡି ଏବଂ ଯକ୍ଷ୍ମା ରୋଗୀକୁ ମାଗଣାରେ ପୁଷ୍ଟିସାର କିଟ ବଣ୍ଟନ କରିବା ଜାଣି ବହୁତ ଖୁସି ବ୍ୟକ୍ତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସର ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.