ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ମୋଦି ସରକାରଙ୍କ ବିରୋଧରେ କଂଗ୍ରେସ ଜାରି କଲା 'ବ୍ଲାକ୍ ପେପର' , କେନ୍ଦ୍ର ଉପରେ ଲଗାଇଲା ଏହି ଅଭିଯୋଗ

ନୂଆଦିଲ୍ଲୀ  - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ସରକାରଙ୍କ ବିରୋଧରେ ଗୁରୁବାର ବ୍ଲାକ୍‌ ପେପର  ଜାରି କରିଛି କଂଗ୍ରେସ। ଯେଉଁଥିରେ ମହଙ୍ଗା , ବେରୋଜଗାର , ସାମାଜିକ ନ୍ୟାୟ , କୃଷକ ଓ ଆହୁରି ଅନେକ ବିଷୟ ଉପରେ ସରକାରଙ୍କର ବିଫଳତା ଗୁଡ଼ିକର ଉଲ୍ଲେଖ୍ୟ କରାଯାଇଛି । ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ବ୍ଲାକ୍ ପେପର ଜାରି କରିଛନ୍ତି। ପାର୍ଟି ଏହାକୁ ୧୦ ବର୍ଷ , ଅନ୍ୟାୟ କାଳ ନାମ ଦେଇଛି। ସେ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତାଙ୍କର ବିଫଳତା ଗୁଡ଼ିକୁ ଲୁଚାଇବାର ଅଭିଯୋଗ ଲଗେଇଛନ୍ତି ଏବଂ କହିଛନ୍ତି କି , ଏହି ସ୍ଥିତିରେ ଏହି ସରକାରଙ୍କର ବିରୋଧରେ ବ୍ଲାକ୍‌ ପେପର ଆଣିବାରେ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଏହି ବ୍ଲାକ୍‌ ପେପର ଏମିତି ସମୟରେ ଜାରି କରିଛନ୍ତି ,ଯେବେ ସରକାର ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନର ୧୦ ବର୍ଷର କାର୍ଯ୍ୟକାଳ ଉପରେ ଏକ ଶ୍ୱେତ ପତ୍ର  ଜାରି କରିବାକୁ ଘୋଷଣା କରିଛନ୍ତି।

କଂଗ୍ରେସ ଏହି ବ୍ଲାକ୍‌ ପେପରରେ ମୋଦି ସରକାରଙ୍କ ୧୦ ବର୍ଷରେ ଯୁବବର୍ଗ , ମହିଳା, କୃଷକ ସଂଖ୍ୟାଲଘୁ ଓ ଶ୍ରମିକଙ୍କ ଉପରେ ହୋଇଥିବା ଅନ୍ୟାୟର ଅବତାରଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ଦେଶର ସବୁଠୁ ବଡ଼ ମାମଲା ବିରୋଜଗାର, ହେଲେ ମୋଦି ସରକାର ଏହି ବିଷୟରେ କେବେ ଆଲୋଚନା କରିନାହାନ୍ତି। ଏମିତି କି ଯେଉଁ ରାଜ୍ୟରେ ବିଜେପିର ଶାସନ ନାହିଁ ,ସେଠାରେ ମନରେଗାର ଟଙ୍କା ମଧ୍ୟ ଦେଇ ନାହାନ୍ତି ଏବଂ ପରେ କହୁଛନ୍ତି ଅର୍ଥ ରିଲିଜ୍‌ କରାଯାଇଛି , କିନ୍ତୁ ଖର୍ଚ୍ଚ କରାଯାଇ ନାହିଁ। ସରକାର ସର୍ବଦା ସ୍ୱାଧିନତା ପୂର୍ବର କଥା ଖାଲି କହୁଛନ୍ତି, ଆଜି ମହଙ୍ଗା ହ୍ରାସ କରିବାକୁ କଣ ପଦକ୍ଷେପ ନିଆଯାଉଛି ଏହା ଉପରେ କଥା ହେଉ ନାହାନ୍ତି। 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଦେଶ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଶଂସା କରିଛନ୍ତି। ତାଙ୍କୁ ପ୍ରେରକ ଉଦାହରଣ ଭାବେ ଦର୍ଶାଇଛନ୍ତି ଏବଂ କହିଛନ୍ତି କି ଯେବେ ବି ଗଣତନ୍ତ୍ରର ଆଲୋଚନା ହେବ ତ ତାଙ୍କର ଯୋଗଦାନକୁ ମନେପକାଯିବ। ସେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବ୍ଲାକ୍‌ ପେପର ଜାରି କରାଯିବାକୁ ସ୍ୱାଗତ କରିଛନ୍ତି ଏବଂ ବିରୋଧି ପାର୍ଟିଙ୍କୁ ଉପରେ କଟାକ୍ଷ କରି କହିଛନ୍ତି, ଦେଶର ସମୃଦ୍ଧିକୁ ନଜର ନଲାଗୁ , ଏଥିପାଇଁ କଳା ଟିକା ବହୁତ ଜରୁରୀ ହୋଇଥାଏ।  

ମୋଦି ତାଙ୍କ ସରକାର ବିରୋଧରେ ବ୍ଲାକ୍‌ ପେପର ଆଣିବା ପାଇଁ ଖଡଗେଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ନିଜ ସରକାର ଦ୍ୱାରା କରାଯାଉ ଥିବା ଭଲ କାମ ମଧ୍ୟରେ ଏଥିରେ ନଜର ନଲାଗୁ , ଏଥିପାଇଁ ଏହାକୁ କଳା ଟିକା କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.