ଭୁବନେଶ୍ୱର,୦୮/୦୨: ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଶଙ୍ଖ ଫୁଙ୍କିଛନ୍ତି । ମନ୍ତ୍ରୀ ତଥା ବାଲେଶ୍ୱର ଜଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ମିଶିଛନ୍ତି ।
ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ କର୍ମୀମାନେ ଏକସ୍ୱରରେ କହିଥିଲେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ନୀଳଗିରି ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଉପସ୍ଥିତ ଥିଲେ । ବିଜେଡ଼ି ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନୀଳଗିରି ଶିଶିର ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର, ମହିଳା ସଭାପତି ପରିସ୍ମିତା ଦାସ, ୬ନଂ ୱାର୍ଡ଼ କାଉନସିଲର ପ୍ରତାପ ସେଠୀ, ନୀଳଗିରି ଏନଏସି ୱାର୍ଡ଼ ନଂ ୬ କଂଗ୍ରେସ ଯୁବ ନେତା ସନ୍ତୋଷ କୁମାର ମହାପାତ୍ର, ନିଗମ ରଞ୍ଜନ ରାଉତ, ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଡମ୍ଭରୁଧର ବେହେରା, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ଚିନ୍ମୟ ଶରଣ ରାଉତ, ବିଜେପି ଯୁବ ନେତା ମୁକେଶ ସାହୁ, ଦେବାଶିଷ ନାୟକ, ପାର୍ବତୀ ସେଠୀ, ଝରଣା ସିଂ, ଲକ୍ଷ୍ମୀଧର ବାରିକ, ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ମୋନାଲିସା ଦାସ, ବୃନ୍ଦାବନ ପ୍ରଧାନ, ଅନୀଲ କୁମାର ଦାସ, ଶଶିକାନ୍ତ ବେହେରା, ମମତାରାଣୀ ବେହେରା, ମାନସୀ ବେଜ, ପ୍ରଭାସ କୁମାର ବାରିକ, ଅମରେନ୍ଦ୍ର ବାରିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅର୍ଜୁନ ମାରାଣ୍ଡି, କମଳାକାନ୍ତ ଦାସ, ପୂର୍ବତନ ସମିତି ସଭ୍ୟ ପତିତପାବନ ସିଂ ପ୍ରମୁଖ ବିଜେଡିରେ ମିଶିଛନ୍ତି ।