ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ତେଲଙ୍ଗାନା ପରି ଓଡ଼ିଶାରେ ୧ ନମ୍ବର ହେବ କଂଗ୍ରେସ, ଜିତିବା ସମ୍ଭାବନା ଥିବା ଯୁବକ ଓ ମହିଳାଙ୍କୁ ଟିକଟ୍: ଶରତ

ଭୁବନେଶ୍ୱର,୦୮/୧୨: ତେଲଙ୍ଗାନା ପରି ଓଡ଼ିଶାରେ ୩ ନମ୍ବରରୁ ୧ ନମ୍ବରକୁ ଆସିବ କଂଗ୍ରେସ । ତେଲଙ୍ଗାନାରେ କଂଗ୍ରେସ ଜିତିବା ସହିତ ଗୁରୁବାର ରେବନ୍ତ ରେଡ୍ଡି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏଭଳି ଦୃଢୋକ୍ତି କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ପରି ତେଲଙ୍ଗାନାରେ ମଧ୍ୟ ସମାନ ସ୍ଥିତି ଥିଲା । ସେଠି ୧ ନଂ ହେଲା, ଏଠି ବି ହେବ । ତେଲଙ୍ଗାନାର ରେବନ୍ତ ରେଡ୍ଡୀ ମୁଁ ହେବିକି ନାହିଁ ପରେ ଜଣାପଡ଼ିବ, ହେଲେ ଓଡ଼ିଶାରେ କଂଗ୍ରେସର ୯୦ ମିଶନ ସଫଳ ହେବ । ରାଜ୍ୟ ସରକାରଙ୍କ ବିରୋଧରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମରେ ସରକାର ବିରୋଧରେ ଲୋକଙ୍କୁ ସଚେତନ କରାଯାଉଛି ।  ତେଲଙ୍ଗାନାରେ ସରକାର ହୋଇଥିବାରୁ ଓଡ଼ିଶାର ପଡୋଶୀ ରାଜ୍ୟ ଭାବେ ଏହାର ପ୍ରଭାବ ରହିବ । ସାଧାରଣ ଜନତାଙ୍କ ସହିତ କର୍ମୀଙ୍କ ଜୋଶ୍‌ ବଢିଛି । ଏହା ସହିତ ଦଳ ମୋତେ ଦେଇଥିବା ଦାୟିତ୍ୱ ମୁଁ ନିର୍ବାହ କରିବି । ଦଳକୁ ୩ ନମ୍ବରରୁ ଆଣି ୧ ନମ୍ବରରେ ପହଞ୍ଚାଇବା ପାଇଁ ମିଳିତ ଭାବେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଶରତ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଜିତିବା ସମ୍ଭାବନା ଥିବା ଯୁବକ ଓ ମହିଳାଙ୍କୁ ପ୍ରାଧାନ୍ୟ ଦେବ । ୫୦ ବର୍ଷରୁ କମ ବୟସର ୮୦ ପ୍ରତିଶତ ଯୁବ ନେତୃତ୍ୱଙ୍କୁ ୨୪ ମଇଦାନରେ ଓହ୍ଲାଇବା ପାଇଁ ଦଳ କସରତ ଆରମ୍ଭ କରିଛି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.