ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେଉଁ ପଥରରୁ ତିଆରି ରାମଲଲାଙ୍କ ମୂର୍ତ୍ତି , ତାକୁ ଖୋଳି ଥିବା ବ୍ୟକ୍ତି ଦେଇଥିଲେ ୮୦ ହଜାର ଟଙ୍କା ଫାଇନ୍

ନୂଆଦିଲ୍ଲୀ : ସରିଛି ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏବେ ପ୍ରତିଦିନ ସେଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଘଟୁଛି। ରାମମୟ ଅଯୋଧ୍ୟା । ସାରା ଦେଶରେ ରାମଲଲାଙ୍କ ଚର୍ଚ୍ଚା। ଏହାସହ ରାମଲଲାଙ୍କ ମୂର୍ତ୍ତୀକୁ ନେଇ ଏହାର ମୂର୍ତ୍ତିଶିଳ୍ପୀ ଅରୁଣ ଯୋଗୀରାଜ ଅନେକ ଆଶ୍ଚର୍ଯ୍ୟକର ଖୁଲାସା କରି ସାରିଛନ୍ତି। କେବଳ ଅରୁଣ ଯୋଗୀରାଜ ନୁହଁନ୍ତି ଆହୁରି ଅନେକ ଲୋକଙ୍କ କହିବା ହେଲା କି ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ମୂର୍ତ୍ତିର ଆଭା ବଦଳି ଯାଇଛି। ତାଙ୍କର ଆଖିରୁ ଯେମିତି କରୁଣା ବରଷୁଛି ଏବଂ କିଛି କହୁଛନ୍ତି।  

କହି ରଖୁଛୁ କି, ରାମଲଲାଙ୍କ ଏହି ମୂର୍ତ୍ତିର ନିର୍ମାଣ ଶ୍ୟାମ ଶିଳା ଦ୍ୱାରା କରାଯାଇଛି, ଯାହାକୁ କର୍ଣ୍ଣାଟକର ଏଚଡି କୋଟେରୁ ମଗାଯାଇ ଥିଲା। ଏହି ପଥରକୁ ନେଇ ଏକ ବଡ଼ କଥା ଏବେ ସାମନାକୁ ଆସିଛି। ପଥରକୁ ଯେଉଁ କଣ୍ଟ୍ରାକ୍ଟର ଖୋଦେଇ କରି ବାହାର କରିଥିଲେ , ତାଙ୍କ ଉପରେ ସରକାର ୮୦ ହଜାର ଟଙ୍କାର ଜୋରିମନା ଲଗେଇ ଥିଲେ।  

ଟିଭି୯  ଓ ଆଉଟ ଲୁକ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ, ୨୦୨୨ ମସିହାରେ ଜଣେ କଣ୍ଟ୍ରାକ୍ଟର ଦଳିତ କିଷାନର କ୍ଷେତରୁ ଏହି ପଥରକୁ ବାହାର କରିଥିଲେ। ଉଲ୍ଲେଖନୀୟ ଯେ, ହାରୋହଲ୍ଲୀ-ଗୁଜ୍ଜେଗୋଡାନାପୁରାରେ ରହୁଥିବା ୭୦ ବର୍ଷିୟ କୃଷକ ରାମାଦାସ ଏଚ୍‌ ନିଜ କ୍ଷେତରୁ ପଥର ବାହାର କରିବାକୁ ଚାହୁଁଥିଲେ। ତାଙ୍କ ଜମିରେ ବହୁତ ପଥୁରିଆ ଥିଲା। ରାମଦାସ  ଇଣ୍ଡିଆନ ଏକ୍ସପ୍ରେସ୍‌ ସହ କଥାବାର୍ତ୍ତା ବେଳେ କହିଥିଲେ , ମୁଁ ନିଜ କ୍ଷେତର ଜମିରୁ  ପଥର ବାହାର କରିବାକୁ ଚାହୁଁ ଥିଲି। ଏଥିପାଇଁ ଶ୍ରୀନିବାସ ନଟରାଜ ନାମକ ଜଣେ ବ୍ୟକ୍ତିଙ୍କୁ ପଥର ବାହାର କରିବାର ଠିକା ଦିଆଯାଇ ଥିଲା। 

୧୦ ଫୁଟର ଖୋଦେଇ ପରେ ନଟରାଜଙ୍କୁ ଏକ ବଡ଼ ପଥର ମିଳିଲା , ଯାହା କଳା ରଙ୍ଗର ଥିଲା। ଏହା ସେହି ଶ୍ୟାମ ଶିଳା ଯାହାର ବ୍ୟବହାର ଅରୁଣ ଯୋଗୀରାଜ ରାମଲଲାଙ୍କ ମୂର୍ତ୍ତି ତିଆରି କରିବାରେ କରିଥିଲେ। ଏହି ପଥର ବିଷୟରେ ଯେବେ ଆଖପାଖର ଲୋକେ ଜାଣିଲେ ସୂଚନା ମାଇନ୍ସ ଆଣ୍ଡ ଜିୟୋଲଜି ଡିପାର୍ଟମେଣ୍ଟକୁ ଦେଇଥିଲେ। ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ କହିଥିଲେ - ନଟରାଜ ଏଠାରେ ବେଆଇନ ଭାବେ ଖନନ କାର୍ଯ୍ୟ କରିଛନ୍ତି । ଅଧିକାରୀମାନେ ନଟରାଜଙ୍କ ଉପରେ ଜୋରିମନା ଲଗେଇ ଦେଲେ। ହେଲେ ଏହି ସମୟ ଯାଏ ଏହି ପଥରର ଚୟନ ରାମଲଲାଙ୍କ ମୂର୍ତ୍ତି ତିଆରି କରିବାକୁ କରାଯାଇ ନଥିଲା। 

କହି ରଖୁଛୁ କି, ଅରୁଣ ଯୋଗୀରାଜ ରାମଲଲାଙ୍କ ମୂର୍ତ୍ତି ତିଆରି କରିବାକୁ ଏହି ଶ୍ୟାମ ଶିଳାର ଏକ ଖଣ୍ଡକୁ ଚୟନ କରିଥିଲେ। ଏହି କଥାର ସୂଚନା ଯେବେ ମହୀଶୂରୁ ବିଜେପିର ସାଂସଦ ପ୍ରତାପ ସିମହାଙ୍କୁ ମିଳିଲା ତ ସେ କହିଥିଲେ କି ବିଜେପି ସେହି ପୂରା ରକମ ନଟରାଜଙ୍କୁ ଫେରାଇବ , ଯାହାକି ସେ ଜୋରିମନା ଭାବେ ଦେଇଥିଲେ। 

  • prameyanews
  • PrameyaOdia
  • prameya
  • Ayodhya Ram Mandir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.