ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଘରୋଇ ସଂସ୍ଥାରେ ଦିନ ମଜୁରିଆ ଭାବେ କରୁଥିଲେ କାମ

କାଶୀପୁର - ତାମିଲନାଡୁରେ  କାଶୀପୁର ବ୍ଲକ ରାଶିଝିରି ଗ୍ରାମର ଜଣେ ଭିନ୍ନକ୍ଷମ ଦାଦନ ଶ୍ରମିକଙ୍କର ଗତକାଲି ମୃତ୍ୟୁ ହୋଇଛି। ସେ ପରିବାର ପୋଷିବାକୁ କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ମୃତକ ଜଣକ ତଳଝିରି ପଞ୍ଚାୟତ ରାଶିଝିରି ଗ୍ରାମର ମଦନ ଗଉଡ଼( ୩୩) ବୋଲି ଜଣା ଯାଇଛି। 

ସୂଚନା ଅନୁସାରେ , ମଦନ ଗତ କିଛିଦିନ ତଳେ ଗ୍ରାମର କିଛି ଲୋକଙ୍କ ସହିତ କାମ ଅନ୍ବେଷଣରେ ତାମିଲନାଡୁର କୋଇମୁତୁର ଜିଲ୍ଲାକୁ ଯାଇଥିଲେ। ସେଠାରେ ଥିବା ଏକ ଘରୋଇ ସଂସ୍ଥାରେ ଦିନମଜୁରିଆ ଭାବେ କାମ କରି ଘରକୁ ଟଙ୍କା ପଠାଉ ଥିଲେ। କିନ୍ତୁ ଗତକାଲି କାର୍ଯ୍ୟରତ ଥିବା ସମୟରେ ମଦନ ଗୌଡ଼ଙ୍କ ମୃତ୍ୟୁ ହୋଇଥିବାର ପରିବାରକୁ ଖବର ମିଳି ଥିଲା।

କିନ୍ତୁ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ଏସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ। ମୃତ ମଦନଙ୍କ ପରିବାରରେ ପତ୍ନୀଙ୍କ ସହିତ ଶିଶୁ ଅବସ୍ଥାରେ ଥିବା ତିନି ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି। ଗାଁକୁ ମୃତଦେହ ଆଣିବାର ବ୍ୟବସ୍ଥା କରିବା ସହ ସହାୟତା ପ୍ରଦାନ ପାଇଁ ପ୍ରଶାସନ ଠାରେ ପରିବାର ଲୋକେ କରିଛନ୍ତି ନିବେଦନ।

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.