ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୮ ଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ୨-୦ରେ ପରାସ୍ତ, ୪୭ ବର୍ଷ ପରେ ଡେଭିସ୍‌ କପ୍‌ ଟାଇଟଲ ଜିତିଲା ଇଟାଲୀ

ମାଲାଗା ୨୮/୧୧: ଜାନିକ  ସିନରଙ୍କ ନେତୃତ୍ୱାଧିନ ଇଟାଲୀ ଦଳ ଦୀର୍ଘ ୪୭ ବର୍ଷ ପରେ ଡେଭିସ୍‌ କପ୍‌  ଚାମ୍ପିଅନ୍‌ ହୋଇଛି। ଫାଇନାଲ୍‌ରେ ଦଳ ୨-୦ରେ ୨୮ ଥର ଚାମ୍ପିଅନ୍‌  ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ସିନର ଓ ମାଟେଓ ଅର୍ନାଲ୍ଡି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।  ପୂର୍ବରୁ ୧୯୭୬ରେ ଇଟାଲୀ ପ୍ରଥମ  ଥର ଡେଭିସ୍‌ କପ୍‌ ଟାଇଟଲ୍‌ ହାସଲ  କରିଥିଲା । 

ସେମି ଫାଇନାଲ୍‌ରେ ନୋଭାକ୍‌  ଜୋକୋଭିକ୍‌ଙ୍କ ସର୍ବିୟା ଦଳକୁ ପରାଜିତ  କରିବା ପରେ ଇଟାଲୀ ଟାଇଟଲ୍‌ ହାସଲ  କରିବ ବୋଲି ଆକଳନ କରାଯାଉଥିଲା । ଟାଇଟଲ ଲଢ଼େଇରେ ଦଳ ନିରାଶ କରି  ନଥିଲା । ଅର୍ନାଲ୍ଡି ପ୍ରଥମ ସିଙ୍ଗଲ୍ସରେ  ୭-୫, ୨-୬, ୬-୪ ସେଟ୍‌ରେ ଆଲେକ୍ସି  ପପିରିନ୍‌ଙ୍କୁ ହରାଇ ଇଟାଲୀକୁ ୧-୦ରେ  ଆଗୁଆ କରାଇଥିଲେ । 

ଏହାପରେ  ବିଶ୍ୱର ୪ନଂ ଖେଳାଳି ସିନର ଦ୍ୱିତୀୟ ସିଙ୍ଗଲ୍ସରେ ସିଧାସଳଖ ୬-୩, ୬-୦ରେ ଆଲେକ୍ସ ଡି ମିନାଉରଙ୍କୁ ହରାଇ ଦଳକୁ ଚାମ୍ପିଅନ୍‌ କରାଇଥିଲେ । ଫଳରେ ଡବଲ୍ସ  ମ୍ୟାଚ୍‌ ଖେଳାଯାଇନଥିଲା । ପରାଜୟ ସହ ଅଷ୍ଟ୍ରେଲିଆ ଡେଭିସ୍‌ କପ୍‌ ଟାଇଟଲ୍‌ ଆଶା  ଧୂଳିସାତ୍‌ ହୋଇଯାଇଥିଲା । ଦଳ ଶେଷ ଥର ୨୦୦୩ରେ ଚାମ୍ପିଅନ୍‌ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.