ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଏନଜିଟି ନିର୍ଦ୍ଦେଶକୁ ବେଖାତିର: ନଭେମ୍ବର ମାସ ସରିଲା, ପ୍ରକଳ୍ପ ସରିଲାନି, ପୂର୍ତ୍ତ ଓ ନଗର ଉନ୍ନୟନ ମୁଖିଆ ଚୁପ୍‌

ଭୁବନେଶ୍ୱର,୦୭/୧୨: ବହୁତ ବର୍‌ଦାସ୍ତ କଲୁ । ଆଉ ନୁହେଁ । ନଦୀ ପ୍ରଦୂଷଣ ଅସହ୍ୟ ହେଲାଣି । ନଭେମ୍ବର ସୁଦ୍ଧା ସ୍ୱେରେଜ୍‌ ପ୍ରକଳ୍ପ କାମ ସାର । ନ ହେଲେ କାର୍ଯ୍ୟାନୁଷ୍ଠାନ ନେବୁ । ଗତ ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କୁ ଏଭଳି ତାଗିଦ୍‌ ଭରା ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) । ଏବେ ବି ସ୍ଥିତି ସୁଧୁରୁନି । ୱାଟକୋ ମୁଣ୍ଡାଇଥିବା ସ୍ୱେରେଜ କାମ ଯେମିତି ଧକେଇ ଧକେଇ ଚାଲିଥିଲା, ସେମିତି ଚାଲିଛି । ସରକାର ଡେଡଲାଇନ ଦେଇଥିଲେ- ନଭେମ୍ବର ସୁଦ୍ଧା ସାରିବାକୁ । ହେଲେ ସ୍ଥିତି ଯାହା- କାମ ସରିବାକୁ ଆହୁରି ବର୍ଷେ ଲାଗିଯିବ ।

ପୂରା ଅନୁଧ୍ୟାନରୁ ଜଣାପଡ଼ିଛି, ଯେଉଁ ପ୍ରକଳ୍ପ ମାସକରେ ସରିବା କଥା ତାକୁ ୬ ମାସରୁ ବର୍ଷେ ଲଗାଇଲାଣି ୱାଟକେ । ଏହାର ପରିଣାମ- ରାଜଧାନୀବାସୀ ଖୋଳାତଡ଼ାର ଯନ୍ତ୍ରଣା ଭୋଗି ଚାଲିଛନ୍ତି, ଆଗକୁ ବି ଭୋଗିବେ । ଏମିତି କଲବଲ ହେବେ, ନାକରେ କାନ୍ଦିବେ । ହେଲେ ୱାଟକୋ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କାହାରି ଦମ୍‌ ନାହିଁ । ୱାଟକୋ ଯେତେ ଅବହେଳା କି ଭୁଲ୍‌ କଲେ ବି ଗେହ୍ଲା ପୁଅ। ରାସ୍ତା ମାସମାସ ବନ୍ଦ ରହିଲେ ବି ପୂର୍ତ୍ତ ସଚିବ ମୁହଁ ଖୋଲୁନାହାନ୍ତି । ସ୍ୱେରେଜ କାମ ଯେତେ ବିଳମ୍ବ ହେଲେ ମଧ୍ୟ ନଗର ଉନ୍ନୟନ ସଚିବ ୱାଟକୋ ଅଧିକାରୀଙ୍କୁ କିଛି କହୁନାହାନ୍ତି । 

୨୦୧୩-୧୪ ମସିହାରୁ ଭୁବନେଶ୍ୱରରେ ସ୍ୱେରେଜ କାମ ଚାଲିଛି । ଲୋକଙ୍କ ଘରୁ ବାହାରୁଥିବା ବର୍ଜ୍ୟ ଜଳ ଓ ମଳକୁ ଟ୍ରିଟମେଣ୍ଟ କରିବାର ମେଗା ମିଶନ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ପ୍ରଥମରୁ ସ୍ୱେରେଜ୍‌ ବୋର୍ଡ ଏହି କାମ ନେଇଥିଲା । ପରେ ୱାଟ୍‌କୋ କାମ ହାତକୁ ନେଲା । ପର୍ଯ୍ୟାୟକ୍ରମେ ସ୍ୱେରେଜ୍‌ ପାଇପ ଲାଇନ୍‌ ବିଛାଗଲା । କିନ୍ତୁ ମାତ୍ରାଧିକ ବିଳମ୍ବ ଯୋଗୁ ଏବେ ସ୍ଥିତି ଅଣାୟତ୍ତ ।  ଏବେବି ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସହିତ ସବୁ ଘରର ସ୍ୱେରେଜ୍‌ ଲାଇନ୍‌ ସଂଯୋଗ ହୋଇପାରିନି । 

ଡ୍ରେନରେ ଯାଉଛି ରାଜଧାନୀର ମଳ, କଦର୍ଯ୍ୟ ଜଳ । ଏହା ଯାଇ ପଡ଼ୁଛି ଗଙ୍ଗୁଆରେ । ଗଙ୍ଗୁଆ ପାଣି ଯେତିକି କଳା, ଦୁର୍ଗନ୍ଧ ତା’ଠାରୁ ଆହୁରି କଦର୍ଯ୍ୟ । ୧୦ଟି ମୁଖ୍ୟ ପ୍ରାକୃତିକ ନାଳରେ ସ୍ୱେରେଜ ପାଣି(ପାଇଖାନା ବର୍ଜ୍ୟ) ମିଶି ପ୍ରାକୃତିକ ଜଳାଶୟକୁ ପ୍ରଦୂଷିତ କରୁଛି । ଗଙ୍ଗୁଆ କିପରି ପ୍ରଦୂଷଣମୁକ୍ତ ହେବ, ସେଥିପାଇଁ ନିର୍ଦ୍ଦିଷ୍ଟ ଭାବେ ପଦକ୍ଷେପ ନେବା ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ନିର୍ଦ୍ଦେଶ ଦେଇଥିଲେ । ନଭେମ୍ବର ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ସ୍ୱେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି) ନିର୍ମାଣ ଶେଷ କରି ଘରର ବର୍ଜ୍ୟ ଜଳକୁ ସ୍ୱେରେଜ୍‌ ଲାଇନ୍‌ ସହ ସଂଯୋଗ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହୋଇଥିଲା । ଡେଡଲାଇନ୍‌ ଭିତରେ ଯେଭଳି କାମ ସରିବ ସେଥିପାଇଁ ଟାସ୍କଫୋର୍ସ ଏହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏନଜିଟିଙ୍କ ନିର୍ଦ୍ଦେଶକୁ ୱାଟକୋ ଖାତିର କରୁନି । ଏଥିପାଇଁ ଏବେ ସରକାରଙ୍କ ମୁଣ୍ଡ ଉପରେ ଏନଜିଟିର ଖଣ୍ଡା ଝୁଲୁଛି ।

ଏବେ ଏବେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତାରେ ସ୍ୱେରେଜ କାମ ଆରମ୍ଭ ହୋଇଛି । ସରିବାକୁ ଅତି କମ୍‌ରେ ତିନି ମାସ ଲାଗିବ । ଫାୟାରଷ୍ଟେସନ-ଡେଲଟା ରାସ୍ତା କାମ ବି ଅଧାରେ ଅଟକିଛି । ୩ ମାସ ବିତିଗଲାଣି, ଆଉ କେତେ ମାସ ଲାଗିବ, ଜଣାନାହିଁ । ଡୁମଡୁମା, ଜିଜିପି କଲୋନୀ ସ୍ୱେରେଜ କାମ ୪ ମାସ ହେଲା ସରୁନି । ଏସବୁ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ପ୍ରତିଦିନ କାନ୍ଦୁଛନ୍ତି । ଖାଲି ଏତିକି ନୁହେଁ, ଏବେ ଆହୁରି ଦୁଇ ରାସ୍ତାକୁ ୱାଟ୍‌କୋ ଖୋଳିବାକୁ ଅନୁମତି ମାଗିଛି । କଳ୍ପନାରୁ ଲିଙ୍ଗିପୁର ଯାଏ ରାସ୍ତା ଖୋଳା ହେବ । ଏନେଇ ପୂର୍ତ୍ତ ବିଭାଗକୁ ଅନୁମତି ମାଗିଛି ୱାଟ୍‌କୋ । ୫୩ ଲକ୍ଷ ଟଙ୍କା ବି ଜମା କରିଛି । ଏହି ରାସ୍ତା ଖୋଳା ହେଲେ ସ୍ଥିତି ଭୟଙ୍କର ହେବ । 

ଆଗକୁ ପୋଖରୀପୁଟସ୍ଥିତ ମିଶନ ଶକ୍ତି ଅଫିସ ସାମ୍ନାରୁ ଗଣ୍ଡମୁଣ୍ଡା ରାସ୍ତା ବି ଖୋଳା ହେବ । ଏ ଅଞ୍ଚଳରେ ବିକଳ୍ପ ରାସ୍ତା ନାହିଁ । ତେଣୁ ମୁଖ୍ୟ ରାସ୍ତା ବନ୍ଦ ହେଲେ କଲବଲ ହେବା ଥୟ । ଏ କାମ କେବେ ଆରମ୍ଭ ହେବ, କେବେ ସରିବ, ୱାଟକୋ ବି କହିପାରୁନି । ଏମିତିରେ କେବେ ସାରା ସହରରେ ସ୍ୱେରେଜ କାମ ସରିବ, କେବେ ସମସ୍ତ ଘରର ବର୍ଜ୍ୟ ଜଳ ସ୍ୱେରେଜ ଲାଇନ ସହ ସଂଯୋଗ, ତାହା ସ୍ୱପ୍ନ ଭଳି ଲାଗୁଛି । ଏସବୁ କାମ ୨୦୨୪ ନିର୍ବାଚନ ପୂର୍ବରୁ ମଧ୍ୟ ସରିବା ସ୍ଥିତିରେ ନାହିଁ । ୱାଟକୋର ଏଭଳି ଅବହେଳା, ବେପରୁଆପଣ ସରକାରଙ୍କ ଚିନ୍ତା ବଢ଼ାଇଛି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ଚିନ୍ତା ନାହିଁ । ରାସ୍ତା ଯେତେ ଖୋଳାତଡ଼ା ହେଲେ ବି ପୂର୍ତ୍ତ ସଚିବ ବେଫିକର । ସେମିତି ୱାଟକୋ ଯେତେ ଅବହେଳା, ବିଳମ୍ବ କଲେ ବି ନଗର ଉନ୍ନୟନ ବିଭାଗ ସଚିବ ଚୁପ୍‌ । ସତେ ଯେମିତି ୱାଟକୋ ସଭିଙ୍କ ଗେହ୍ଲା ପୁଅ । ସରକାର ବଦନାମ ହୁଅନ୍ତୁ, ଲୋକେ ଦୁର୍ଦ୍ଦଶା ଭୋଗନ୍ତୁ, କାହାରି କିଛି ଯା’ ଆସେ ନାହିଁ । ୱାଟକୋ ପାଇଁ ସାତ ଖୁଣ ମାଫ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.