ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ ହଜାର ବର୍ଷ ପୂର୍ବେ ପାକିସ୍ତାନର ଏହି ସ୍ଥାନରେ ଜଳିଥିଲା ଦୁନିଆର ପ୍ରଥମ ‘ଦୀପ’

ନୂଆଦିଲ୍ଲୀ, ୧୨/୧୧: ପୂରା ଦେଶ ଆଜି ପାଳୁଛି ଦେବ ଦୀପାବଳି । ଦିନକ ପୂର୍ବରୁ ଶନିବାର ଅଯୋଧ୍ୟାରେ ଦୀପାବଳିରେ ଦୀପ ଜାଳି ବିଶ୍ୱ ରେକର୍ଡ ହୋଇଛି । ତେବେ ଆମେ ପାଳୁଥିବା ଦୀପାବଳିରେ ଘରେ ମାଆ ଲକ୍ଷ୍ମୀ ଓ ଶ୍ରୀଗଣେଶଙ୍କ ପୂଜା ଏବଂ ବାହାରେ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସହ ଦୀପ ଓ ମହମବତୀ ଜାଳି ଥାଉ । 

ତେବେ ଦୀପାବଳିର ଖୁସି ଭିତରେ ମନରେ ପ୍ରଶ୍ନ ଆସେ, ଦୀପାବଳି ପାଳନର ପରମ୍ପରା କେବେଠୁ, କେମିତି ଆରମ୍ଭ ହେଲା । କେବେଠୁ ଓ କେଉଁଠିକାର ଲୋକ ଦୀପ ଜାଳିବା ଆରମ୍ଭ କଲେ । କେବେଠୁ ଆରମ୍ଭ ହେଲା ବାଣ ଫୁଟାଇବା । ଆସନ୍ତୁ ଏସବୁ ସମ୍ପର୍କରେ ଜାଣିବା କିଛି ଅଜଣା ଓ ରୋଚକ କଥା...

ଏମରଜେନ୍ସି ବ୍ରେକ୍ ମାରିଲା ଦିଲ୍ଲୀ ଯାଉଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍, ଅଚାନକ ଝଟକାରେ ଚାଲିଗଲା ୨ ଯାତ୍ରୀଙ୍କ ଜୀବନ

କେବେ ପାଳନ ହୁଏ ଦୀପାବଳି ? 

ହିନ୍ଦୁ ଧର୍ମଗ୍ରନ୍ଥ ସ୍କନ୍ଦ ପୁରାଣ ଓ ଅଗ୍ନି ପୁରାଣରେ ଆଲୋକର ଏହି ପର୍ବ କଥା ଉଲ୍ଲେଖ ରହିଛି । କୁହାଯାଏ ତ୍ରେତୟା ଯୁଗ ପରେ ଦ୍ୱାପର ଯୁଗରୁ ଦୀପାବଳି ପାଳନ ହୋଇ ଆସୁଛି । ସେତେବେଳେ ୫ ଦିନ ଯାଏ ଦୀପାବଳି ପାଳନ ହେଉଥିଲା । କୁହାଯାଏ ଦୀପାବଳି ପାଳନର ଏହି ପରମ୍ପରା ୫୦୦ ବର୍ଷ ପୁରୁଣା । ସ୍କନ୍ଦ ପୁରାଣରେ କାର୍ତ୍ତିକ ମାହାତ୍ମ୍ୟରେ ଭଗବାନ ଶ୍ରୀକୃଷ୍ଣ ଦୀପକୁ ସୂର୍ଯ୍ୟଙ୍କ ଅଂଶ କହିଥିଲେ । 

ସ୍କନ୍ଦ ପୁରାଣ ଅନୁସାରେ, ମଦ୍ର ରାଜ୍ୟର ଲୋକ ସର୍ବପ୍ରଥମେ ଦୀପଦାନ ଅଥବା ଦୀପ ଜାଳି ଥିଲେ । ଆମେ କହୁଥିବା ମଦ୍ର ରାଜ୍ୟ ହେଉଛି ଏବେକାର ପିଓକେର ଅଂଶ । କୁହାଯାଏ ସେତେବେଳେ ଦୈତ୍ୟରାଜ ବଳି ଦୀପଦାନ ବାବଦରେ ଜାଣିବା ପରେ ଦୀପ ଜାଳିବା ପରମ୍ପରା ଆରମ୍ଭ କରିଥିଲେ । 

ପ୍ରେମିକାକୁ ୧୧୧ଥର ଛୁରି ଭୁସି ହତ୍ୟା କରିବାରୁ ମିଳିଥିଲା ଆଜୀବନ ସଜ୍ଜା, ୟୁକ୍ରେନ୍ ବିରୋଧୀ ଯୁଦ୍ଧ ଲଢ଼ିବାରୁ ମୁକ୍ତ କଲା ଋଷ

କେଉଁଠି ମିଳିଥିଲା ପ୍ରଥମ ଦୀପ ?

ସିନ୍ଧୁ ଘାଟି ସଭ୍ୟତା ପାଖାପାଖି ଅର୍ଥାତ୍ ୫ ହଜାର ବର୍ଷ ପୂର୍ବରୁ ପ୍ରଥମେ ମାଟି ଦୀପର ବ୍ୟବହାର କରାଯାଇଥିଲା । ସିନ୍ଧୁ ଘାଟି ଖୋଳିବା ବେଳେ ମେହରଗଢ଼ରେ ମାଟିରେ ନିର୍ମିତ ପୁରୁଣା ଦୀପ ମିଳିଥିଲା । ପରେ ଏହାର କାର୍ବନ ଡେଟିଂ କରିବା ପରେ ଜଣା ପଡ଼ିଥିଲା, ଏହା ପ୍ରାୟ ୫ ହଜାର ବର୍ଷ ପୁରୁଣା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.