ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ବାଫ୍‌ଟାରେ ଦୀପିକାଙ୍କ ଜଲୱା, ଜୋନାଥନ୍‌ ଗ୍ଲେଜର୍‌ଙ୍କୁ ପ୍ରଦାନ କଲେ ପୁରସ୍କାର

ନୂଆଦିଲ୍ଲୀ ୨୦/୦୨: ବାଫ୍‌ଟା ଆୱାର୍ଡସ୍‌-୨୦୨୪ରେ ଭାରତୀୟଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ର ଲୀଲା ଦୀପିକା ପାଦୁକୋନ । ପ୍ରେଜେଣ୍ଟର୍‌ ଭାବେ ସେ ବାଫ୍‌ଟା ମଞ୍ଚରେ ପହଞ୍ଚିଥିଲେ । ଲଣ୍ଡନର ରୟାଲ ଫେଷ୍ଟିଭାଲ ହଲ୍‌ରେ ଅନୁଷ୍ଠିତ ଏହି ସମାରୋହରେ ତାଙ୍କ ଉପସ୍ଥିତି ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ହୋଇଛି । ଡିଜାଇନର୍‌ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଶିମରି ଗୋଲ୍ଡ ଶାଢ଼ି ପିନ୍ଧି ପ୍ରଥମ ଥର ସେ ବାଫ୍‌ଟା ମଞ୍ଚକୁ ଓହ୍ଲାଇଥିଲେ । 

ଶ୍ରେଷ୍ଠ ଅଣ-ଇଂରାଜୀ ଚଳଚ୍ଚିତ୍ର ବିଭାଗରେ ‘ଦ ଜୋନ୍‌ ଅଫ୍‌ ଇଣ୍ଟରେଷ୍ଟ୍‌’ ବିଜେତା ହୋଇଥିଲା । ଏହି ପୁରସ୍କାର ପାଇଁ ଦୀପିକା ଫିଲ୍ମର ନିର୍ଦ୍ଦେଶକ ଜୋନାଥନ୍‌ ଗ୍ଲେଜର୍‌ଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ଏବଂ ତାଙ୍କୁ ବାଫ୍‌ଟା ପୁରସ୍କାର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ‘ଦ ଜୋନ୍‌ ଅଫ୍‌ ଇଣ୍ଟରେଷ୍ଟ୍‌’ ମାର୍ଟିନ୍‌ ଅମିସ୍‌ଙ୍କ ଲିଖିତ ୨୦୧୪ ମସିହାର ଉପନ୍ୟାସ ଉପରେ ପର୍ଯ୍ୟବସିତ । ବାଫ୍‌ଟା ଆୱାର୍ଡସ୍‌ରେ ନିଜର ହଟ୍‌କେ ଅନ୍ଦାଜ୍‌ ପାଇଁ ଦୀପିକା ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ସବୁରି ଧ୍ୟାନ ଆକର୍ଷଣ କରିଥିଲେ । ତାଙ୍କ ରେଡ୍‌ କାର୍ପେଟ୍‌ ଲୁକ୍‌ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ୨୦୨୩ ମସିହାରେ ଦୀପିକା ଅସ୍କାରରେ ପ୍ରେଜେଣ୍ଟର୍‌ ଭାବେ ନଜର ଆସିଥିଲେ । ଫିଲ୍ମ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତର ପରିଚୟ ସେ ଅସ୍କାର ମଞ୍ଚରେ ଦେଇଥିଲେ । ତେବେ ପ୍ରଥମ ଥର ଅନ୍ତର୍ଜାତୀୟ ମଞ୍ଚରେ ଶାଢ଼ି ପିନ୍ଧିନାହାନ୍ତି ଦୀପିକା । ଗତ ବର୍ଷ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ସେ ରୋହିତ ବାଲ୍‌ କ୍ରିଏସନ୍‌ର ଶାଢ଼ି ପିନ୍ଧିଥିଲେ । ୨୦୨୨ ମସିହାରେ କାନ୍‌ ମହୋତ୍ସବରେ ଜୁରି ଭାବେ ମଧ୍ୟ ସେ ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ି ପିନ୍ଧିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.