ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଓଡ଼ିଶା ପରିବର୍ତ୍ତନ ଆଡକୁ ମୁହାଁଇଛି, ମୋଦିଙ୍କ ସାଙ୍ଗରେ ଓଡ଼ିଶା ଅଛି : ଧର୍ମେନ୍ଦ୍ର ପ୍ରଧାନ

Published By : Prameya | February 26, 2024 4:09 PM

ତାଳଚେର, ୨୬/୨ : ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଙ୍ଗରେ ଓଡ଼ିଶା ଅଛି ବୋଲି ଅନୁଗୋଳ ଜିଲ୍ଲା ତାଳଚେର ନିର୍ବାଚନମଣ୍ଡଳୀର ଧରମପୁର ପଞ୍ଚାୟତରେ ବିଜେପିର ଲାଭାର୍ଥୀ ସମ୍ପର୍କ ଅଭିଯାନରେ ଲାଭାର୍ଥୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ କ୍ରମାଗତଃ ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର ପରେ ଆଜି 'ଲାଭାର୍ଥୀ ସମ୍ପର୍କ ଅଭିଯାନ' ଅଧୀନରେ ଧରମପୁର ପଞ୍ଚାୟତର  ହିତାଧିକାରୀ ମାନଙ୍କୁ ଭେଟିଥିଲେ । ଦେଶବ୍ୟାପୀ ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଲାଭାର୍ଥୀ ମାନଙ୍କ ସହ ମୋଦୀଙ୍କ ଯୋଜନାରେ ସେମାନେ କିଭଳି ଉପକୃତ ହେଉଛନ୍ତି ଏବଂ ସେହି ଯୋଜନା ସେମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିଛି ତାହା ଉପରେ ଚର୍ଚ୍ଚା କରିଥିଲେ । 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ସମସ୍ତ ଲାଭାର୍ଥୀଙ୍କୁ ଚାଉଳର ଗ୍ୟାରେଣ୍ଟି ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟର ଗ୍ୟାରେଣ୍ଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୩୪ ଲକ୍ଷ ଘର ଓଡ଼ିଶାକୁ ଯୋଗାଇ ଦେଇଛନ୍ତି । ଓଡ଼ିଶା ପ୍ରତି କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । କରୋନା ସମୟରେ ମାଗଣାରେ ଟିକା ଉପଲବ୍ଧ କରାଯାଇଛନ୍ତି । ଏସଏଚଜି ମହିଳା ମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେଉଛନ୍ତି । ୩ କୋଟି ଲକ୍ଷପତି ଦିଦି ବନାଇବାର କଳ୍ପନା ହୋଇଛି । ମୋଦୀଙ୍କ ନେତୃତ୍ୱରେ ଦେଶର ଗୌରବ ବଢିଛି । ଦେଶର ସର୍ବାଙ୍ଗୀନ ବିକାଶ ହେଉଛି । ଗରିବ, ଯୁବକ, ମହିଳା ଓ ଚାଷୀମାନେ ମୋଦୀଙ୍କୁ ଆଶୀର୍ବାଦ କରିବା ପାଇଁ ଏକାଠି ହୋଇଛନ୍ତି । ମୋଦୀ ଗ୍ୟାରେଣ୍ଟି, ଭରସାର ଗ୍ୟାରେଣ୍ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଙ୍କୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.