ନୂଆଦିଲ୍ଲୀ : କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କର ମୁସ୍କିଲ କମିବାର ନାଁ ହିଁ ନେଉନାହିଁ। ଭାରତରୁ ସ୍ୱଦେଶ ଫେରିଥିବା ଟ୍ରୁଡୋଙ୍କ ପାଇଁ ଘରୋଇ ରାଜନୀତି ଗୋଳଗାଳିଆ ସ୍ଥିତି ସୃଷ୍ଟି ହୋଇଛି। କାନାଡା ମିଡ଼ିଆ ନିଜର ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ କଡ଼ା ସମାଲୋଚନା କରୁଛନ୍ତି ଏବଂ କହୁଛନ୍ତି କି ତାଙ୍କ ବିଦେଶ ନୀତିର ସମ୍ୱନ୍ଧରେ କିଛି ବି ସୂଚନା ନାହିଁ , ସେ କାନାଡାର ବିଦେଶ ସଂପର୍କକୁ ଖରାପ କରି ଦେଇଛନ୍ତି। ଦେଶର ଘରୋଇ ମାମଲାକୁ ନେଇ ଟ୍ରୁଡୋ ପୂର୍ବରୁ ହିଁ ବିରୋଧର ଶିକାର ଏବଂ ତାଙ୍କୁ ଇସ୍ତଫା ଦାବି କରାଯାଉଛି।
ଟ୍ରୁଡୋ କାନାଡାର ସଦ୍ୟ ସର୍ଭେରେ ନିଜର ବିରୋଧି କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ପଛରେ ପଡ଼ି ଯାଇ ଥିଲେ। ସର୍ଭେରେ ଟ୍ରୁଡୋଙ୍କୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପିୟରେ ପୋଇଲିଭରେଙ୍କ ଠାରୁ ୧୪ ଅଙ୍କ କମ୍ରେ ଦେଖିବାକୁ ମିଳିଥିଲା , ଯାହାକୁ ନେଇ ସାମ୍ୱାଦିକମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି କି , କାହିଁକି ସେ ନିଜର ପଦ ଛାଡ଼ି ଦେବେ। ଜବାବରେ ଟ୍ରୁଡୋ କହିଛନ୍ତି କି ତାଙ୍କୁ ଏବେ ବହୁତ କାମ କରିବାର ଅଛି। ହେଲେ , ସେ ଲୋକଙ୍କ ସେହି ଅଭିଯୋଗକୁ ନିଶ୍ଚୟ ସ୍ୱୀକାର କରିଛନ୍ତି ,ଯେଉଁଥିରେ ସେ କହୁଛନ୍ତି କି ତାଙ୍କର ରହିବା ଖାଇବା ଖର୍ଚ୍ଚ ବହୁତ ବଢ଼ି ଯାଇଛି।
ସର୍ଭେରେ ଜଣାପଡ଼ିଛି କି ୯ବର୍ଷ ଯାଏ କ୍ଷମତାରେ ରହିବା ପରେ , ବାମପନ୍ଥୀ ବିଶ୍ୱାସୀ ଲିଭରଲ ପାର୍ଟି ବିରୋଧି କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ଖୁବ୍ ଦୟନୀୟ ଭାବେ ପଛରେ ରହି ଯାଇଛନ୍ତି ଏବଂ ଯଦି ଏବେ ନିର୍ବାଚନ ହୁଏ ତ ପାର୍ଟି ଶାସନରୁ ବାହାରି ଯିବ।
ହେଲେ , ଟ୍ରୁଡୋଙ୍କର ଲିବରଲ ପାର୍ଟିକୁ ବାମପନ୍ଥୀ ନ୍ୟୁ ଡେମୋକ୍ରେଟ୍ସର ସମର୍ଥନ ହାସଲ କରିଛି ଏବଂ ଏହାସହ ଏକ ପାର୍ଟନରସିପ୍ ଅନୁସାରେ ସେ ଅକ୍ଟୋବର ୨୦୧୫ ଯାଏ ଶାସନରେ ରହି ପାରନ୍ତି। ହେଲେ ଏହି ପାର୍ଟନରସିପ୍ ପୂର୍ବରୁ ହିଁ ଭାଙ୍ଗିପାରେ।