ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ବଦଳିଲେ ଜିଲ୍ଲା କଂଗ୍ରେସ ସଭାପତି, ଚନ୍ଦ୍ର ପରିଡ଼ାଙ୍କୁ ଦାୟିତ୍ୱ

ଫୁଲବାଣୀ,୧୧/୨ : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ସବୁ ଦଳରେ ଚାଲିଛି ଘନ ଘନ ପରିବର୍ତ୍ତନ। ସାଙ୍ଗଠନିକ ସ୍ତରରେ ଚାଲିଛି ବ୍ୟାପକ ଅଦଳବଦଳ। ଏହି ପରିପ୍ରେକ୍ଷୀରେ ଆଜି ବଦଳିଛନ୍ତି ଏକକାଳୀନ ୧୩ଜିଲ୍ଲାର  କଂଗ୍ରେସ ସଭାପତି । କନ୍ଧମାଳ ଜିଲ୍ଲା ଦାୟିତ୍ବରେ ଥିବା ଅନାମ ନାୟକଙ୍କ ସ୍ଥାନରେ ଅନ୍ୟତମ ପ୍ରମୁଖ ନେତା ଚନ୍ଦ୍ର ଶେଖର ପରିଡ଼ାଙ୍କୁ ନୂତନ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । 

ଏ ନେଇ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ରାଜ୍ୟ କଂଗ୍ରେସ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ। ଶ୍ରୀ ପରିଡ଼ା ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ସଭାପତି, ଦୁଇ ଥର ପିସିସି ସମ୍ପାଦକ, ନିର୍ବାଚନ ମଣ୍ଡଳୀ ପ୍ରଭାରୀ, ଲୋକସଭା ଇସ୍ତାହାର କମିଟି ସଦସ୍ୟ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ନୂତନ ଦାୟିତ୍ୱ ମିଳିବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ  କୃତଜ୍ଞତା ଜଣାଇବା ସହିତ କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳର ପୂର୍ବ ସ୍ଥିତି ଫେରାଇ ଅଣାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ପରିଡା।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ଜିଲ୍ଲା କଂଗ୍ରେସ ସଭାପତି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ଏ ନେଇ ରାଜ୍ୟ କଂଗ୍ରେସ ନିଷ୍ପତ୍ତି ନେବା ପରେ ଜିଲ୍ଲାର କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦଳୀୟ ନେତା ଓ କର୍ମୀ ନୂତନ ସଭାପତି ପରିଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.