ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫ୍ରିଜ୍‌ରେ ରଖନ୍ତୁନି ଏହି ସବୁ ଜିନିଷ, ହୋଇପାରେ ବିଭିନ୍ନ ରୋଗର କାରଣ

ଭୁବନେଶ୍ୱର ୦୧/୦୨: ପ୍ରାୟ ଗୃହିଣୀ ବିଭିନ୍ନ ଖାଦ୍ୟ ପଦାର୍ଥ ଯେପରିକି ରନ୍ଧାଭାତ ଓ କଟା ପରିବା ମଧ୍ୟ ଫ୍ରିଜ୍‌ରେ ରଖି ଦେଇଥାନ୍ତି । କିନ୍ତୁ ଜାଣନ୍ତି କି? ରନ୍ଧା ଭାତ ଫ୍ରିଜ୍‌ରେ କେତେ ସମୟ ରଖିବା ଆବଶ୍ୟକ । ନିର୍ଦ୍ଦିଷ୍ଟ ସମୟ ପରେ ସେଥିରେ ମାଇକ୍ରୋ ଫଙ୍ଗସ୍‌ ହୋଇଯାଇଥାଏ । ପରିବା, ଦୁଗ୍ଧ ଓ ଅଣ୍ଡା ଆଦିକୁ ସତେଜ ରଖିବା ପାଇଁ ଫ୍ରିଜ୍‌ର ବ୍ୟବହାର କରାଯାଏ । କିନ୍ତୁ ଭାରତୀୟ ଗୃହିଣୀମାନେ ବଳକା ଖାଦ୍ୟକୁ ଷ୍ଟିଲ୍‌ ବାସନରେ ଭରି ଫ୍ରିଜ୍‌ରେ ସାଇତିବାକୁ ପରମ୍ପରା କରିଦେଲେଣି । ଯାହା ଖୁବ୍‌ କ୍ଷତିକାରକ । ଚାଲନ୍ତୁ ଜାଣିବା ଏମିତି ଖାଦ୍ୟ ବିଷୟରେ, ଯାହା ଫ୍ରିଜ୍‌ରେ ସଂରକ୍ଷଣ କରିବା ଅନୁଚିତ୍‌ । ଆୟୁର୍ବେଦିକ୍‌ ଡାକ୍ତର ତଥା ହେଲଥ୍‌ କୋଚ୍‌ ଡିମ୍ପଲ୍‌ଙ୍କ କହିବା ଅନୁସାରେ ନିମ୍ନ ଖାଦ୍ୟଗୁଡିକରେ ଜଲ୍‌ଦୀ ଫଙ୍ଗସ୍‌ ଲାଗିଥାଏ । ଏହି ଫଙ୍ଗସ୍‌ କାରଣରୁ କେବଳ ପେଟରେ ବ୍ୟାକ୍ଟେରିଆ ହୋଇନଥାଏ, ବରଂ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ । 

ରସୁଣ : ଡିମ୍ପଲଙ୍କ କହିବା ଅନୁସାରେ ଚୋପାଛଡା ରସୁଣକୁ ଫ୍ରିଜ୍‌ରେ ରଖିବା ଅନୁଚିତ୍‌ । କାରଣ ଫ୍ରିଜର୍‌ ତାପମାତ୍ରା ଯୋଗୁ ରସୁଣରେ ଖୁବ୍‌ ଶୀଘ୍ର ଫଙ୍ଗସ୍‌ ଲାଗିଯାଇଥାଏ । ଏହି ଫଙ୍ଗସ୍‌କୁ କର୍କଟ ସହ ଲିଙ୍କ୍‌ କରାଯାଇଥାଏ । ତା’ସହିତ ଫ୍ରିଜ୍‌ ମଧ୍ୟ ରସୁଣ ଗନ୍ଧ ହୋଇଥାଏ । 

ଅଦା : ପ୍ରାୟ ସମସ୍ତଙ୍କ ଘର ଫ୍ରିଜ୍‌ରେ ଅଦା ଦେଖିବାକୁ ମିଳିଥାଏ । କିନ୍ତୁ ଜାଣନ୍ତି କି ଅଦାକୁ ଘରର ତାପମାତ୍ରାରେ ଗଚ୍ଛିତ ରଖିବା ଉଚିତ୍‌ । କାରଣ ଥଣ୍ଡାରେ ରହିବା ଦ୍ୱାରା ଏଥିରେ ଶୀଘ୍ର ଫଙ୍ଗସ୍‌ ହୋଇଥାଏ । ଅଦାରେ ଲାଗୁଥିବା ଫଙ୍ଗସ୍‌ କିଡନୀ ଓ ଲିଭର୍‌ ଫୋଲିୟୋରର କାରଣ ସାଜିଥାଏ । 

ରନ୍ଧା ଭାତ : ଅନେକ ମହିଳା ରନ୍ଧାଭାତକୁ ମଧ୍ୟ ଫ୍ରିଜ୍‌ରେ ରଖିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ରନ୍ଧାଭାତରେ ଖୁବ୍‌ କମ୍‌ ସମୟ ଭିତରେ ଫଙ୍ଗସ୍‌ ଲାଗିଥାଏ । ତେଣୁ ଯଦି ରନ୍ଧାଭାତକୁ ଫ୍ରିଜ୍‌ରେ ରଖୁଥାନ୍ତି, ତେବେ ୨୪ ଘଣ୍ଟାରୁ ଅଧିକ ସମୟ ରଖନ୍ତୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.