ନୂଆଦିଲ୍ଲୀ,୨୦/୧୧: ୫ ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଆଇନ ପ୍ରଣୟନକାରୀ ସଂସ୍ଥା ୧୭୬୦ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା, ମଦ ଆଦି ଜବତ କରିଛି। ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ଜବତ ହୋଇଥିବା ଜିନିଷ ତୁଳନାରେ ଏହି ପରିମାଣ ୭ ଗୁଣ ଅଧିକ। ସୋମବାର (ନଭେମ୍ବର ୨୦)ରେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଭୋଟରଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏପର୍ଯ୍ୟନ୍ତ ୧୭୬୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ, ନଗଦ ଟଙ୍କା, ମଦ ଏବଂ ମୂଲ୍ୟବାନ ଧାତୁ ଜବତ କରାଯାଇଛି।
ପଢ଼ନ୍ତୁ: ତ୍ରିଶା କ୍ରିଷ୍ଣନଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ମନସୁର ଅଲ୍ଲୀ ଖାନ
ପିଟିଆଇ ଅନୁଯାୟୀ, ନିର୍ବାଚନ ଆୟୋଗ କହିଛନ୍ତି ଯେ ଅକ୍ଟୋବର ୯ ରେ ୫ ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କା ଗତ ୨୦୧୮ ବିଧାନସଭା ନିର୍ବାଚନା ପୂର୍ବରୁ ଜବତ ଟଙ୍କା ଠାରୁ ୭ ଗୁଣା ଅଧିକ। ଗତ ନିର୍ବାଚନରେ ଏଠାରୁ ୨୩୯.୧୫ କୋଟି ଟଙ୍କା ଜବତ କରାଯାଇଛି। ୫ ଟି ରାଜ୍ୟ ମଧ୍ୟରୁ ଏପର୍ଯ୍ୟନ୍ତ ୩ ଟି ରାଜ୍ୟରେ ଭୋଟ୍ ଗ୍ରହଣ କରାଯାଇଛି। ଏଥି ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମ ଥିବାବେଳେ ନଭେମ୍ବର ୨୫ ରେ ରାଜସ୍ଥାନରେ ଏବଂ ନଭେମ୍ବର ୩୦ ରେ ତେଲେଙ୍ଗାନାରେ ଭୋଟ୍ ଗ୍ରହଣ କରାଯିବ।
ଆୟୋଗର ଏକ ବିବୃତ୍ତି ଅନୁଯାୟୀ ଏହାପୂର୍ବରୁ ଗୁଜୁରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଏବଂ କର୍ଣ୍ଣାଟକ, ୬ ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୧୪୦୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ ତେଲେଙ୍ଗାନାରେ ସର୍ବାଧିକ ୬୫୯.୨ କୋଟି ଟଙ୍କା ଜବତ କରାଯାଇଛି। ଏହା ପରେ ରାଜସ୍ଥାନ, ଯେଉଁଠାରୁ ୬୫୦.୭ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି।
ପଢ଼ନ୍ତୁ: ଆପଣଙ୍କ ସରକାର ଫେଲ୍ , ଆଦେଶ ପରେ ମଧ୍ୟ ଫସଲ ବର୍ଜ୍ୟ ଜଳୁଛି ... ପ୍ରଦୂଷଣ ନେଇ ପଞ୍ଜାବକୁ ତାଗିଦ କଲେ ଏନଜିଟି
ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗର ଜଣେ ଅଧିକାରୀ କହିଛନ୍ତି ଯେ, ୫ ଟି ରାଜ୍ୟ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାବେଳେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଲୋଭନ ମୁକ୍ତ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକାରୀ କହିଛନ୍ତି ଯେ, ଏଥର ଆୟୋଗ ନିର୍ବାଚନ ଖର୍ଚ୍ଚ ମନିଟରିଂ ସିଷ୍ଟମ (ଇଏସ୍ଏମ୍ଏସ୍) ମାଧ୍ୟମରେ ମନିଟରିଂ ପ୍ରକ୍ରିୟାରେ ଟେକ୍ନୋଲୋଜି ମଧ୍ୟ ଅନ୍ତର୍ଭୁକ୍ତ କରିଛି। ସୂଚନାଯୋଗ୍ୟ ଯେ ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ନିର୍ବାଚନ ଆୟୋଗ ୨୨୮ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ଏହା ବ୍ୟତୀତ ଆୟୋଗ ୧୯୪ ବିଧାନସଭା ନିର୍ବାଚନମଣ୍ଡଳୀକୁ ଖର୍ଚ୍ଚ ସମ୍ବେଦନଶୀଳ ଆସନ ଭାବରେ ଚିହ୍ନଟ କରିଛନ୍ତି।
You can also read: ସାମ୍ ଆଲ୍ଟମ୍ୟାନ୍ଙ୍କୁ ମିଳିଲା ସତ୍ୟା ନାଦେଲାଙ୍କ ସମର୍ଥନ, ଏକ୍ସ ପୋଷ୍ଟରେ ଦେଲେ ବଡ଼ ସୂଚନା