ଭୁବନେଶ୍ୱର, ୧୫/୦୨: ବୌଦ୍ଧ ଆର୍ଟିଓଙ୍କ ଘରେ ଭିଜିଲାନ୍ସ ରେଡ୍ ମାମଲା। ବସନ୍ତ କୁମାର ମହାପତ୍ରଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ। ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ଏକାକାଳୀନ ୧୦ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ଭୁବନେଶ୍ଵରରେ ୨ଟି ଫ୍ଲାଟ, ଉତ୍କଳ ଗ୍ୟାଲେରିଆରେ ୨ଟି ସପିଂ ଆଉଟଲେଟ୍, ନଗଦ ୧ ଲକ୍ଷ ୧୬ ହଜାର ଟଙ୍କା, କୋଟି କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଠାବ କରାଯାଇଛି। ଏହା ବାଦ୍ ଭୁବନେଶ୍ଵର ଏବଂ ବେଙ୍ଗାଲୁରୁରେ ୨ଟି ଫ୍ଲାଟ୍ କିଣିବା ପାଇଁ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଆଡଭାନ୍ସ ଦେଇଛନ୍ତି।
ସୂଚନାନୁଯାୟୀ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଆର୍ଟିଓ ବସନ୍ତ କୁମାର ମହାପତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଏହି ଚଢାଉରେ ଦୁଇ ଜଣ ଅତିରିକ୍ତ DSP, ୬ ଜଣ DSP, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ଥିଲେ।
ବୌଦ୍ଧ RTO ଅଫିସ ସମେତ, ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସିରେ ଥ୍ରୀ BHK ପ୍ଲାଟ, କଳାରାହାଙ୍ଗ Z-1ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗ୍ୟାଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ ଠାବ କରିଛି ଭିଜିଲାନ୍ସ।