ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମନି ଲଣ୍ଡରିଂ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ, ହିରୋ ଗ୍ରୁପ୍ ଅଧ୍ୟକ୍ଷଙ୍କ ୨୪.୯୫ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ, ୧୦/୧୧: ହିରୋ ମୋଟୋକର୍ପ ଲିମିଟେଡର ସିଏମଡି ଓ ଅଧ୍ୟକ୍ଷ ପୱନ କାନ୍ତ ମୁଞ୍ଜାଳଙ୍କ ସମ୍ପତ୍ତି ଜବତ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୱନ କାନ୍ତଙ୍କ ଦିଲ୍ଲୀ ସ୍ଥିତ ୩ଟି ସ୍ଥାବର ସମ୍ପତ୍ତି ଜବତ କରିଛି । ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨୪.୯୫ କୋଟି ହେବ । ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୀମା ଶୁଳ୍କ ଅଧିନିୟମ, ୧୯୬୨ର ଧାରା ୧୩୫ ଅନୁସାରେ ପୱନ କାନ୍ତ ଓ ତାଙ୍କ କମ୍ପାନୀ ବିରୋଧରେ ଇଡି ମାମଲା ରୁଜୁ କରିଛି । ଯାହା ଡିଆରଆଇର ଅଭିଯୋଗ କ୍ରମେ ରୁଜୁ ହୋଇଛି । ଯେଉଁଥିରେ ଅଭିଯୋଗ ହୋଇଛି ଅବୈଧ ଭାବେ ପ୍ରାୟ ୫୪ କୋଟି ମୂଲ୍ୟର ବିଦେଶୀ ମୁଦ୍ରା ଭାରତରୁ ବାହାରକୁ ନିଆ ଯାଇଛି ।

ଦୁନିଆରେ ପ୍ରଥମଥର ପାଇଁ ହେଲା ଆଖି ପ୍ରତିରୋପଣ, ୨୧ ଘଣ୍ଟା ଧରି ଚାଲିଥିଲା ଅପରେସନ୍

ତଦନ୍ତରୁ ଜଣାପଡ଼ିଛି ପୱନ କାନ୍ତ ଅନ୍ୟମାନଙ୍କ ନାଁରେ ବିଦେଶୀ ମୁଦ୍ରା ଜାରି କରିଥିଲେ ଏବଂ ତାପରେ ବିଦେଶରେ ନିଜ ଉପରେ ଖର୍ଚ୍ଚ କରିଛନ୍ତି । ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଜରିଆରେ ବିଭିନ୍ନ କର୍ମଚାରୀଙ୍କ ନାଁରେ ଅଧିକୃତ ଡିଲରଙ୍କ ଠାରୁ ବିଦେଶୀ ମୁଦ୍ରା ଅଣାଯାଇ ପୱନ କାନ୍ତଙ୍କ ରିଲେସନସିପ୍ ମ୍ୟାନେଜରଙ୍କୁ ଦିଆଯାଇଥିଲା ।

ପୱନ କାନ୍ତଙ୍କ ମ୍ୟାନେଜର ବିଦେଶ ଯାତ୍ରା ବେଳେ ବିଦେଶୀ ମୁଦ୍ରାକୁ ନଗଦ ଓ କାର୍ଡରେ ଗୁପ୍ତ ଭାବେ ନେଉଥିଲେ । ଲିବରଲାଇଜ୍ଡ ରେମିଣ୍ଟେସ୍ ସ୍କିମ୍ ଅନୁସାରେ, ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ବିଦେଶୀ ମୁଦ୍ରା ବଦଳାଇ ପାରିବେ । ଏହି ଲିମିଟରୁ ଅଧିକ ଉଠାଣ ପାଇଁ ପୱନ କାନ୍ତ ଏଭଳି ସୂତ୍ର ଆପଣାଇ ଥିଲେ । ଏହା ପୂର୍ବରୁ ଇଡି ରେଡ୍ କରି ୨୫ କୋଟିର ଦାମୀ ସାମଗ୍ରୀ ଜବତ ସହ ଡିଜିଟାଲ୍ ପ୍ରମାଣ ଜବତ କରିଥିଲା ।

ବର୍ଷା ପରେ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ୪୦୦ରୁ ୧୦୦କୁ ଖସିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.