ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହେମନ୍ତ ସୋରେନଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଇଡି ହାତରେ ଲାଗିଲା ସମ୍ବେଦନଶୀଳ ହ୍ବାଟସ୍‌ଆପ୍‌ ଚାଟ୍‌ !

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରା ଉଚରା କରୁଛି । ଏହାରି ମଧ୍ୟରେ ଇଡି ଅଧିକାରୀ ହେମନ୍ତ ସୋରେନଙ୍କ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମଧ୍ୟ ଜେରା କରିଥିବା ଜଣାପଡ଼ିଛି । ଏହି ସମୟରେ ହେମନ୍ତ ସୋରେନଙ୍କ ନିକଟତମ ସହଯୋଗୀ ବିନୋଦ ସିଂହଙ୍କ ହ୍ବାଟସଆପ୍‌ ଚାଟ ଦେଖାଇଛି । ଯେଉଁଥିରେ ଅନେକ ସମ୍ପତ୍ତିର ତଥ୍ୟ ରହିଛି । 

ଏହି ଚାଟରେ ଯେ କେବଳ ସଂପତ୍ତି ସଂପର୍କରେ ଗୋପନୀୟ ତଥ୍ୟ ରହିଛି ତାହା ନୁହେଁ ବରଂ ଟ୍ରାନ୍ସଫର-ପୋଷ୍ଟିଂ, ସରକାରୀ ରେକର୍ଡ ଶେୟାର କରିବା ସମ୍ବନ୍ଧୀୟ ଅନ୍ୟ ସମ୍ବେଦନଶୀଳ ତଥ୍ୟ  ଶେୟାର କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ, ବିନୋଦ ସିଂହ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂପର୍କରେ ଚାଟ କରିଥିବା ବେଳେ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଅନେକ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଅନ୍ୟ ଲୋକମାନଙ୍କୁ ଶେୟାର କରିଛନ୍ତି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡ଼ୁଆ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ କୋର୍ଟ ପୁଣି ଥରେ ହେମନ୍ତ ସୋରେନଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେଣୁ ଇଡିର ଅଧିକାରୀ ହେମନ୍ତ ସୋରେନଙ୍କୁ ଆହୁରି ୫ ଦିନ ପଚରା ଉଚରା କରିପାରିବେ । ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.