ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

କ୍ରିପ୍ଟୋ ପୁଞ୍ଜି ସ୍କାମ୍ ଲିଙ୍କ୍‌ରେ ଝାଡ଼ଖଣ୍ଡ ମୁଖ୍ୟ ସୁଶୀଲ କୁମାର ଟୁଡୁ ଗିରଫ, ୪ କୋଟିରୁ ଉର୍ଦ୍ଧ୍ଵ ଠକେଇ ଅଭିଯୋଗ

ଭୁବନେଶ୍ଵର, ୧୦/୧୧ : କ୍ରିପ୍ଟୋ ପୁଞ୍ଜି ସ୍କାମ୍ ଲିଙ୍କ୍‌ରେ ଆଉ ଜଣଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ। ଏସଟିଏର ଝାଡ଼ଖଣ୍ଡ ମୁଖ୍ୟ ସୁଶୀଲ କୁମାର ଟୁଡୁଙ୍କୁ ଗିରଫ କରାଯାଇଛି। ଧନବାଦ ଜିଲ୍ଲା ନିର୍ସା ଥାନା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। ତାଙ୍କ ଆକାଉଣ୍ଟରେ ଥିବା ୧୫ ଲକ୍ଷ ୫୩ ହଜାର ଟଙ୍କା ଫ୍ରିଜ୍ କରି ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ଭାରତ ମୁଖ୍ୟ ଗୁରୁତେଜ ସିଦ୍ଧୁଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣଙ୍କ ନାମରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। 

ଅନଲାଇନରେ ମହାପ୍ରଭୁଙ୍କ ସ୍ଵତନ୍ତ୍ର ପୂଜା ନାଁ ରେ ଠକେଇ 

ଗିରଫ ଅଭିଯୁକ୍ତ ସୁଶୀଲ କୁମାର ଟୁଡୁ ହେଉଛନ୍ତି STAର ପ୍ରତିଷ୍ଠାତା ସଦସ୍ୟ। ସେ ଗୁରୁତେଜ ସିଂଙ୍କ ଡାଉନ୍ ଲାଇନ୍ ମେମ୍ଵର। ସେ ଏସଟିଏର ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟ। ସେ ଜଣେ ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ତାଙ୍କ ଅଧୀନରେ ହଜାରେ ଡାଉନ୍ ଲାଇନ୍ ମେମ୍ଵର ଅଛନ୍ତି। ଆଉ ଏହି ଡାଉନ ଲାଇନ୍ ସଦସ୍ୟଙ୍କ ଠାରୁ ସେ ୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର କରିଛନ୍ତି। ତାଙ୍କର ପ୍ରତିଦିନର ରୋଜଗାର ଥିଲା ୮୦ ହଜାର ଟଙ୍କା। 

ପାର୍ସଲ୍‌ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ୍‌ଙ୍କ ଜାମିନ ଆବେଦନ ଖାରଜ

କ୍ରିପ୍ଟୋ ପୁଞ୍ଜି ସ୍କାମ୍ ବ୍ୟତୀତ ସୁଶୀଲ କୁମାର ଟୁଡୁ ଆହୁରି କେତେକ ଫ୍ରଡ୍ ଗ୍ରୁପ୍ ସହ ଜଡ଼ିତ ଅଛନ୍ତି। ଷ୍ଟ୍ରାଇକର ପ୍ରୋ, ବେଟା ଗ୍ଲୋବାଲ୍ ଡେଭଲପମେଣ୍ଟ ଟିମ୍, ବୁଲେଟୋ କ୍ରିପ୍ଟୋ ମେସିନ୍, ୱେଲବି ୨୪୮୯୯, ଏମଇ ୩୦୦ ବାଇନାରୀ ଇନକମ୍ ପର୍ ଡେ, ୩୦୦୦ କପିଂ ଏବଂ ଆହୁରି କେତେକ ଫ୍ରଡ୍ ଗ୍ରୁପ୍ ର ମେମ୍ଵର ଥିଲେ। 















  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.