ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେ କେହି କହିବ ଧୋନୀ ସର୍ବଶ୍ରେଷ୍ଠ ଅଧିନାୟକ, ହେଲେ ରୋହିତ ଶର୍ମା…, ବଡ଼ ମନ୍ତବ୍ୟ ଦେଲେ ଅଶ୍ବିନ

Image Courtesy: abplive

ନୂଆଦିଲ୍ଲୀ: ୨୦୨୩ ବିଶ୍ବକପ୍‌ ଫାଇନାଲ ହାରିବା ପରଠାରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି । ଧୋନୀ ଥିଲେ ବିଶ୍ବକପ ଭାରତର ହୋଇଥାନ୍ତା ବୋଲି ଖେଳପ୍ରେମୀ କହୁଛନ୍ତି । ଏହା ପଛରେ ଠୋସ କାରଣ ମଧ୍ୟ ରହିଛି । ପଡ଼ିଆରେ ଧୋନୀଙ୍କ ରଣନୀତି ଭାରତୀୟ ଟିମ୍‌କୁ ବେଶ ଫାଇଦା ଦେଇଥିଲା । ଧୋନୀଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆ ୨୦୧୧ ବିଶ୍ବକପ୍‌ ବି ଜିତିଥିଲା ।  ଧୋନୀଙ୍କ ସପକ୍ଷରେ ଖେଳେପ୍ରେମୀ ମନ୍ତବ୍ୟ ଦେଇ ଦେଇ ଥକୁନାହାନ୍ତି । ଏପରିକି ଏମଏସଙ୍କ ପରେ ଆଉ କେହି ଭଲ ଅଧିନାୟକ ଟିମ୍‌କୁ ମିଳୁନାହାନ୍ତି ବୋଲି ଖେଳପ୍ରେମୀ ସୋସିଆଲ ମିଡିଆରେ ଲେଖିଥିଲେ ।

ଧୋନୀଙ୍କ ନେଇ ଏତେ ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଆର. ଅଶ୍ବିନ ବଡ଼ ମନ୍ତବ୍ୟ ଦେଇଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ଆର. ଅଶ୍ବିନ କହିଛନ୍ତି ଯେ, ଯେ କହି ବି ମହେନ୍ଦ୍ର ସିଂହ ଧୋନୀଙ୍କୁ ସର୍ବଶ୍ରେଷ୍ଠ ଅଧିନାୟକ କହିବେ । କିନ୍ତୁ ରୋହିତ ଶର୍ମା ଜଣେ ବହୁତ ଭଲ ମଣିଷ । ଦଳର ପ୍ରତିଟି ଖେଳାଳିଙ୍କୁ ବୁଝନ୍ତି ରୋହିତ ଶର୍ମା । ସେ ସମସ୍ତଙ୍କ ପସନ୍ଦ ଓ ନାପସନ୍ଦ ସଂପର୍କରେ ଜାଣିଛନ୍ତି । ଖେଳିଳିମାନେ ମଧ୍ୟ ତାଙ୍କୁ ବୁଝନ୍ତି । ପ୍ରତ୍ୟେକ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ଜାଣିବାକୁ ଇଚ୍ଛା କରନ୍ତି । 

ବିଶ୍ବକପ ୨୦୨୩ରେ କେବଳ ଗୋଟିଏ ମ୍ୟାଚ୍‌ ଖେଳିଥିବା ବେଳେ ଅଶ୍ବିନଙ୍କୁ ଫାଇନାଲର ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳିନଥିଲା । ତେବେ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ନେଇ ଅଶ୍ବିନ କହିଛନ୍ତି, ‘ଏହା ଅନ୍ୟ ଜଣଙ୍କ ସ୍ଥାନରେ ରହିବା ଏବଂ ତା ନଜରରେ ଭାବିବା ଭଳି । ଯଦି ମୁଁ ରୋହିତଙ୍କ ସ୍ଥାନରେ ଥାନ୍ତି ତେବେ ଓ୍ବିନିଂ କମ୍ବିନେସନ୍‌ ପରିବର୍ତ୍ତନ ଲାଗି ୧୦୦ ଥର ଚିନ୍ତା କରିଥାନ୍ତି । ଟିମ୍‌ ପାଇଁ ଯଦି ସବୁକିଛି ଠିକ ଥିଲା ତେବେ ୩ ସ୍ପିନରଙ୍କ ପାଇଁ ଜଣେ ଦ୍ରୁତ ବୋଲରଙ୍କୁ କାହିଁକି ଆରାମ ଦିଆଯିବା ଦରକାର ?’ 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସତ କଥା କହିବାକୁ ଗଲେ ମୁଁ ରୋହିତ ଶର୍ମାଙ୍କ ଚିନ୍ତା କରିବାର ଶୈଳୀକୁ ବୁଝିଯାଇଥିଲି । ଏହା ସହ ଫାଇନାଲ ଖେଳିବା ସବୁଠୁ ବଡ଼ କଥା ବୋଲି କହିବା ସହ ସେ ୩ ଦିନ ଆଗରୁ ଏଥିପାଇଁ ଅଭ୍ୟାସ କରୁଥିଲେ ବୋଲି କହିଛନ୍ତି । ଏପରିକି ଟିମ୍‌ରେ ସାମିଲ ନହେଲେ ବି ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ କାର୍ଯ୍ୟ କରିବାକୁ ସେ ପୂର୍ବରୁ ପ୍ରସ୍ତୁତ ଥିଲେ ବୋଲି ଆର. ଅଶ୍ବିନ କହିଛନ୍ତି ।

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.