ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ

ପାରାଦୀପ,୨୬/୦୨: ପାରାଦୀପ ବନ୍ଦରରୁ ପ୍ରଥମ ଥର ଲାଗି କଂଟେନର ପରିବହନ କ୍ଷେତ୍ରରେ  ଏକ୍‌ଜିମ୍‌(ଏକ୍ସପୋର୍ଟ ଇମ୍ପୋର୍ଟ) ବା ରପ୍ତାନୀ  ଆମଦାନୀ ସେବା ଆରମ୍ଭ ହୋଇଛି । ଏହି ସେବା  ଆରମ୍ଭ ହେବା ଦ୍ୱାରା ପଣ୍ୟ ପରିବହନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି । ପୂର୍ବରୁ କଂଟେନର ପରିବହନ ଲାଗି ଓଡ଼ିଶାର  କମ୍ପାନି ଓ ଶିଳ୍ପ ସଂସ୍ଥା ଗୁଡ଼ିକ କୋଲକାତା, ବିଶାଖପାଟଣା ବନ୍ଦର ଉପରେ ନିର୍ଭର କରୁଥିବା ବେଳେ ଏବେ ପାରାଦୀପ ବନ୍ଦର ନିର୍ଭରଯୋଗ୍ୟ ହୋଇପାରିଛି । ଦେଶ ବିଦେଶର ବନ୍ଦର ଗୁଡ଼ିକ ସହ ଏବେ ପାରାଦୀପରୁ ସିଧାସଳଖ କଂଟେନର ପରିବହନକୁ ତ୍ୱରାନ୍ୱିତ କରାଯାଇ ପାରିବ । 

ଗତକାଲି ପିଆଇସିଟି ବର୍ଥରୁ ଜେଏସ୍‌ଡବ୍ଲୁ  କମ୍ପାନିର ୧୭ଟି କଂଟେନର ସମେତ ଅନ୍ୟ କିଛି କଂଟେନର  ଭର୍ତ୍ତି ଏମ୍‌ଭି ଏସ୍‌ଏସ୍‌ଏଲ୍‌ ଥମିରାବରାନି ଭଏ ନାମକ  ଜାହାଜରେ ବାହାରକୁ ପଠାଯାଇଛି । ଆଗକୁ ଅଧିକରୁ ଅଧିକ  କଂଟେନର ଭର୍ତ୍ତି ଜାହାଜ ଦେଶ ବିଦେଶକୁ ପଠାଇବାକୁ  ଉଦ୍ୟମ ଜାରି ରହିଥିବା ବେଳେ ଜଳମାର୍ଗରେ କଂଟେନର  ପରିବହନ ଦ୍ୱାରା ରାଜ୍ୟ ବାହାରର ବନ୍ଦର ଗୁଡ଼ିକ ଉପରେ  ରହୁଥିବା ନିର୍ଭରଶୀଳତା କମ୍‌ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.