ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶ୍ରବଣ ଶକ୍ତି ବିଷୟରେ କହିବ ଆଖି, ସଦ୍ୟ ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ ୧୫/୦୯: ଆପଣଙ୍କ କାନ ଦୁର୍ବଳ ହେଉଛି କି ନାହିଁ, ଆପଣଙ୍କ ଆଖି ତାହା ସୂଚନା ଦେବ । ଫ୍ରାନ୍ସର ଏକ ସଦ୍ୟ ଅଧ୍ୟୟନ ଏହା ଦାବି କରିଛି । କମ୍‌ ଶୁଣାଯାଉଥିବା ବ୍ୟକ୍ତି ଗୋଟିଏ ସ୍ଥାନକୁ ଚାହିଁ କଥାକୁ ସହଜରେ ଶୁଣିବାକୁ ଚେଷ୍ଟା କରନ୍ତି । ଅର୍ଥାତ୍‌ କୌଣସି କଥାକୁ ଶୁଣିବା ସମୟରେ ତାଙ୍କ ଆଖିରେ ଅଧିକ ପରିବର୍ତ୍ତନ ହୁଏ ନାହିଁ । ସେ ଗୋଟିଏ ସ୍ଥାନ ଉପରେ ଫୋକସ୍‌ କରନ୍ତି । ଏକାଧିକ ପୂର୍ବ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେତେବେଳେ ଆମେ ଅଧିକ ଗମ୍ଭୀରତାର ସହ ଚିନ୍ତା କରୁ, ଆମ ଆଖି ଡୋଳାରେ କୌଣସି ପ୍ରକାର ଗତିବିଧି ହୁଏ ନାହିଁ। 

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କୋଳାହଳ ପୂର୍ଣ୍ଣ ସ୍ଥାନରେ ମଧ୍ୟ ଆମେ ଫୋକସ୍‌ କରି ଗୋଟିଏ ସ୍ୱରକୁ ଶୁଣିବାକୁ ଚେଷ୍ଟା କରୁ, ତେବେ କ’ଣ ଆମ ଶ୍ରବଣ ଶକ୍ତି ହ୍ରାସ ପାଇଛି? ଗବେଷକ ଏରିକ କୁଇ ଓ ବ୍ୟୋର୍ନ ହେରମ୍ୟାନ୍‌ କହନ୍ତି, ଏହା ଶ୍ରବଣ ଶକ୍ତି ଲୋପର ଲକ୍ଷଣ ନୁହେଁ । ଯେତେବେଳେ ଆମେ କୌଣସି କଥାରେ ଫୋକସ୍‌ କରୁ, ଆମ ଆଖିର ଗତିବିଧି ଅଟକିଯାଏ । ଏହି ସାଧାରଣ ପ୍ରକ୍ରିୟାକୁ ଧ୍ୟାନରେ ରଖି ସଦ୍ୟ ଅଧ୍ୟୟନ କରାଯାଇଥିଲା । ଏହି ଆଧାରରେ ଗବେଷକମାନେ କହିଛନ୍ତି, ଶ୍ରବଣ ପ୍ରକ୍ରିୟା ଓ କାନ ସମ୍ପର୍କିତ ରୋଗ ବିଷୟରେ ଜାଣିବାରେ ଆଖି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ।

ଅଧ୍ୟୟନ ଅନୁସାରେ, ଆଭ୍ୟନ୍ତର କାନରେ ଭୂତାଣୁ ଜନିତ ସଂକ୍ରମଣ ଯୋଗୁ ସ୍ନାୟୁକୁ କ୍ଷତି ପହଞ୍ଚେ । ଏହା ଦ୍ୱାରା ଶ୍ରବଣ ଶକ୍ତି ଲୋପ ପାଇପାରେ । ଅନ୍ୟ ଶବ୍ଦରେ କହିଲେ, ତାପମାତ୍ରା ବୃଦ୍ଧି, ହ୍ରାସ ଓ ଆର୍ଦ୍ରତା ଯୋଗୁ କାନରେ ତରଳ ସୃଷ୍ଟି ହେବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଫୁଲା ଓ ସଂକ୍ରମଣ ରହିବା କାରଣରୁ ଶ୍ରବଣ କ୍ଷମତା ହ୍ରାସ ପାଇବା ଆରମ୍ଭ ହୁଏ । ଦିନେ ଦୁଇଦିନ ପର୍ଯ୍ୟନ୍ତ ରହୁଥିବା ସଂକ୍ରମଣ ଚିକିତ୍ସା ଯୋଗୁ ଦୂର ହୋଇଯାଏ । କିନ୍ତୁ ୨ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ସଂକ୍ରମଣ ରହିବା ଯୋଗୁ ପରଦା ଟାଣିହେବାକୁ ଲାଗେ ।

ଫ୍ରାନ୍ସର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଆଣ୍ଡ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟୟନରୁ ଜଣାପଡ଼ିଛି, କିଛି ଲୋକଙ୍କର ଶର୍କରା ଓ ଅବସାଦ ଯୋଗୁ ଶ୍ରବଣ ସମସ୍ୟା ହେଉଛି । କିଛି ଲୋକ ନିଃସଙ୍ଗତା, ସହରୀ କୋଳାହଳ ଓ ହେଡ୍‌ଫୋନ୍‌ ବ୍ୟବହାର ଯୋଗୁ କାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ୱରେ ହାରାହାରି ୧୫୦ କୋଟି ଲୋକ ବିଭିନ୍ନ କାରଣରୁ ଶ୍ରବଣ ସମସ୍ୟା ସାମ୍ନା କରୁଛନ୍ତି । ୨୦୫୦ ବେଳକୁ ଏହି ସଂଖ୍ୟା ବଢ଼ି ୨୫୦ କୋଟି ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଦେଖାଯାଉଛି ।

ଶ୍ରବଣ ଶକ୍ତି ଲୋପ ଉପରେ ପୂର୍ବରୁ ଛୋଟ ସ୍ତରରେ ଅନୁସନ୍ଧାନ କରାଯାଇଥିଲା । କିନ୍ତୁ ସଦ୍ୟ ଅଧ୍ୟୟନ

ଅନୁସାରେ, ଜୀବନଶୈଳୀ, ସାମାଜିକ ନିଃସଙ୍ଗତା, ଅବସାଦ ଓ ତୀବ୍ର ସ୍ୱର ସଂସ୍ପର୍ଶରେ ଆସିବା ଯୋଗୁ ଲୋକଙ୍କୁ ଶ୍ରବଣ ସମସ୍ୟା ହେଉଛି ।

Copyright © 2022 - Summa Real Media Private Limited. All Rights Reserved.