ମୁମ୍ବାଇ ୧୭/୧୧: ଆଗାମୀ ଫିଲ୍ମ ‘ଜର୍ଣ୍ଣି’ ସୁଟିଂ ପାଇଁ ବାରାଣସୀ ଗସ୍ତରେ ଥିବା ବଲିଉଡ୍ ଅଭିନେତା ନାନା ପାଟେକର। ସେଠାରେ ଜଣେ ଫ୍ୟାନଙ୍କୁ ଚାପୁଡା ମାରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ନାନାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ସାମ୍ନା କରିବାକୁ ପଡିଛି । ଶେଷରେ ନାନା ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏଭଳି ଆଚରଣ ସମ୍ପର୍କରେ ସ୍ପଷ୍ଟୀକରଣ ରଖିବା ସହ ସମ୍ପୃକ୍ତ ଫ୍ୟାନଙ୍କୁ ହାତଯୋଡି ଭୁଲ୍ ମାଗିଛନ୍ତି ।
#WATCH | On a viral showing him slapping a boy for taking a selfie with him, actor Nana Patekar says, "A video is going viral where I have hit a boy. Though this sequence is a part of our film, we had one rehearsal...We were scheduled to have a second rehearsal. The director told… pic.twitter.com/CVgCainRg1
— ANI (@ANI) November 16, 2023
ନାନା କହିଛନ୍ତି ଫିଲ୍ମ ସୁଟିଂ ବେଳେ ହଠାତ୍ ସମ୍ପୃକ୍ତ ବାଳକ ତାଙ୍କ ପାଖକୁ ପଶି ଆସିଥିଲେ । ତାଙ୍କୁ ସେ ଫିଲ୍ମ କଳାକାର ବୋଲି ଭାବିଥିଲେ । ତେଣୁ ଚାପୁଡା ମାରିଥିଲେ । ତାଙ୍କ ଜୀବନରେ ପୂର୍ବରୁ ସେ ଏଭଳି କିଛି କରିନଥିଲେ । ଯଦି ସମ୍ପୃକ୍ତ ଫ୍ୟାନଙ୍କୁ ଆଘାତ ଲାଗିଛି ତେବେ ସେଥିପାଇଁ ସେ ହାତଯୋଡି କ୍ଷମା ମାଗୁଛନ୍ତି । ସୂଚନାଯୋଗ୍ୟ ଯେ ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି ସୁଟିଂ ସମୟରେ ଫ୍ୟାନ ଜଣକ ନାନାଙ୍କ ନିକଟକୁ ସେଲ୍ଫି ନେବାକୁ ଯାଇଥିଲେ । ଏହି ସମୟରେ ନାନା ତାଙ୍କୁ ଚାପୁଡା ମାରିବା ସହ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଠେଲି ବାହାରକୁ ନେଇଯାଇଥିଲେ ।