ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

କୃଷକ ଆନ୍ଦୋଳନର ପ୍ରଭାବ: ଦିଲ୍ଲୀରୁ ନୋଏଡା ପର୍ଯ୍ୟନ୍ତ ପ୍ରବଳ ଜାମ୍, ଅଫିସ ପାଇଁ ବାହାରି ବାଟରେ ଫଶିଲେ ଲୋକେ

Published By : Prameya | February 8, 2024 1:00 PM

ନୂଆଦିଲ୍ଲୀ,୮।୨:  କୃଷକମାନେ ନିଜର ଦାବିକୁ ନେଇ ଲଗାତାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। କୃଷକମାନେ ଗୁରୁବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।  ଏହି କାରଣରୁ ସକାଳେ ଦିଲ୍ଲୀ-ନୋଏଡା ସୀମାରେ ଖୁବ୍‌ ଜୋର୍‌ରେ ଟ୍ରାଫିକ ଜାମ୍ ହୋଇଥିବା ଖବର ରହିଛି। ନୋଏଡା ଏବଂ ଗ୍ରେଟର ନୋଏଡାର କୃଷକମାନେ ସଂସଦ ଘେରାଉ କରିବା ନେଇ ଧମକ ଦେଇଛନ୍ତି। କୃଷକ ଆନ୍ଦୋଳନ କାରଣରୁ ନୋଏଡା-ଗାଜିଆବାଦରେ ତିନି କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗି ରହିଛି, ଯେଉଁଥିପାଇଁ ଲୋକମାନେ ଚିନ୍ତାରେ ପଡିଛନ୍ତି। 

ଦିଲ୍ଲୀର ସରିତା ବିହାର ଅଞ୍ଚଳରେ  ଅନେକ ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ ଫଶି ରହିଛନ୍ତି। ପରେ ଦିଲ୍ଲୀରୁ ନୋଏଡା ମାର୍ଗରେ ଭାରି ଟ୍ରାଫିକ୍ ଜାମ୍ ଖବର ରହିଛି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ପୁଲିସ ସୁରକ୍ଷାକୁ ତ୍ୱରାନ୍ୱିତ କରିଛି।  ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ଏବଂ ସମସ୍ତ ସୀମାକୁ ୨୪ ଘଣ୍ଟା ପାଇଁ ସିଲ୍ କରାଯାଇଛି। ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ନୋଏଡା-ଗାଜିଆବାଦରେ ସ୍ଥିତି ଅଧିକ ଖରାପ ରହିଛି। ସକାଳୁ ଅଫିସ ପାଇଁ ବାହାରିଥିବା ଲୋକେ ଜାମ୍‌ରେ ଫଶି ରହିଛନ୍ତି।

ଗ୍ରେଟର ନୋଏଡା ପ୍ରାଧିକାରଣ କାର୍ଯ୍ୟାଳୟରେ ୫୧ ଗାଁର କୃଷକ ଲଗାତାର ପ୍ରଦର୍ଶନ କରୁଛନ୍ତି, କିନ୍ତୁ କୌଣସି ଫଳାଫଳ ନବାହାରିବା କାରଣରୁ ସେ ଉତ୍ୟକ୍ତ ହୋଇଯାଇଛନ୍ତି। କୃଷକଙ୍କ କହିବା ଅନୁସାରେ, ୨୧ ଟି ପ୍ରସଙ୍ଗ ଉପରେ ଲଖିତି ଚୁକ୍ତି ହୋଇଛି, ଯେଉଁଥିରେ କିଛିରେ କାମ ହୋଇଛି ଓ ବାକି ଉପରେ ଲଗାତାର ଦାବି କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.