ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଆଟଲକ୍ସର ମହୋତ୍ସବ ଉଦଘାଟିତ

ନୀଳଗିରି,୨୭/୧ ନୀଳଗିରି କେସି ହାଇସ୍କୁଲ ପଡ଼ିଆରେ ୩୩ ତମ ଫିଆଟଲକ୍ସ ବାର୍ଷିକ ଉତ୍ସବ ଅବସରରେ ଏକ ମହୋତ୍ସବ ଉଦଘାଟନ ହୋଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ,ମୁଖ୍ୟବକ୍ତା ଭାବେ ପୁର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସମ୍ମାନ୍ନିତ ଅତିଥିଭାବେ ଏନଏସି ଚେୟାରମ୍ୟାନ ଅମ୍ବିକାଦାସ ଯୋଗଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରକ୍ତଦାନ ହେଉ କିମ୍ବା ବୃକ୍ଷରୋପଣ, ସ୍ୱାସ୍ଥ୍ୟମେଳା ହେଉ କିମ୍ବା ସମାଜସେବା କ୍ଷେତ୍ରରେ ଫିଆଟଲକ୍ସ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ କରିବା ନେଇ ଅତିଥିମାନେ ବେଶ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସଭାପତି ସଂଜୀବ ମହାପାତ୍ର, ସମ୍ପାଦକ ତାପସ ପରିଡା, ଉପସଭାପତି ସୁମନ ଦାସ, ସହ ସମ୍ପାଦକ ଜିତେନ୍ଦ୍ର ରାଉତ ପ୍ରମୁଖ  ମଞ୍ଚାସୀନ ରହିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଧାମଧନ୍ୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ବିଭୁକିଶୋର ଓ ତିଲକ ଚକ୍ରବର୍ତ୍ତିଙ୍କ କଣ୍ଠରେ ସୁମଧୁର ଗୀତରେ ଉପସ୍ଥିତ ହଜାର ହଜାର ଦର୍ଶକ ବେଶ ଝୁମିଥିଲେ । ସେହିପରି ପୂର୍ବତନ ସଭାପତି ଧର୍ମେନ୍ଦ୍ର ମହାପାତ୍ର, ସୁରଞ୍ଜନ ମହାପାତ୍ର, ଦିପ୍ତିକାନ୍ତ ପୃଷ୍ଟି, ସାହେବ ମର୍ଦ୍ଧରାଜ, ଶିଶିର ରାଉତ, ମାନସ ପାଢୀ, ଆଇନ ପରାମର୍ଶ ଦାତା ବିନୟ ପ୍ରଧାନ, ରାଜେନ୍ଦ୍ର ଜେନା, ବିବେକ ସାହୁ, ସିମନ ରାଉତ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.