ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଅଧରାତିରେ ଶୋଇଥିବା ବେଳେ ୯ ମହଲା କୋଠାରେ ଅଗ୍ନିକାଣ୍ଡ, ୫୦ ଜଣଙ୍କ ମୃତ୍ୟୁ

ହନୋଇ, ୧୩/୦୯: ଖିଆପିଆ ସାରି ସମସ୍ତେ ଶୋଇବାକୁ ଯାଉଥିଲେ । କେହି କେହି ଝରକା କବାଟ ବନ୍ଦ କରି ଲାଇଟ୍ ଅଫ୍ କରି ଆଖି ବୁଜୁଥିଲେ । ଆଉ ସେହି ସମୟରେ ହଠାତ୍ ୯ ମହଲା କୋଠାରେ ନିଆଁ ଲାଗି ଗଲା । ଭିଏତନାମର ରାଜଧାନୀ ହନୋଇରେ ୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଛୁଆ ବି ରହିଛନ୍ତି ।

ଭିଏତନାମ ଅଗ୍ନିଶମ ବାହିନୀ ପ୍ରାୟ ୭୦ ଜଣଙ୍କୁ ଉଦ୍ଧାର କରିଛି । ଏହି ବିଲ୍ଡିଂରେ ପ୍ରାୟ ୧୫୦ ଜଣ ରହୁଥିଲେ । ସ୍ଥାନୀୟ ସମୟ ରାତି ପ୍ରାୟ ୧୧ଟା ୩୦ରେ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏଯାଏଁ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କାହିଁକି ନିଆଁ ଲାଗିଲା ପୋଲିସ ତାର ଯାଞ୍ଚ କରୁଛି ।

ICC ODI Ranking: ଟପ୍‌ ଟେନ୍‌ରେ ୩ ଭାରତୀୟ ବ୍ୟାଟର, ଏବେ ବି ଶୀର୍ଷରେ ବାବର ଆଜମ୍‌

ରାତିରେ ଲାଗିଥିବା ନିଆଁ ଲିଭିଥିବା ବେଳେ ଏବେବି କୋଠାରୁ ଧୂଆଁ ବାହାରୁଛି । ଉକ୍ତ ବିଲ୍ଡିଂରେ ଜରୁରୀକାଳୀନ ଦ୍ୱାର ନଥିଲା । ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ମାତ୍ର ରାସ୍ତା ରହିଥିବା ଜଣାପଡ଼ିଛି । ବିଭିନ୍ନ ମହଲାର ବାଲକୋନୀକୁ ଲୁହା ରେଲିଂରେ ଆବଦ୍ଧ କରାଯାଇଥିବାରୁ ନିଆଁର ପ୍ରକୋପ ଅଧିକ ସମୟ ରହିଥିଲା । 

ବର୍ଷକ ତଳେ ଭିଏତନାମର ବାଣିଜ୍ୟ କେନ୍ଦ୍ର ମିହ୍ନ ସିଟି କରାଓକେ ବାରରେ ନିଆଁ ଲାଗି ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ ୧୭ ଜଣ ଆହତ ହୋଇଥିଲେ । ଏହି ଘଟଣା ପରେ ନିୟମ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିଲେ ବାର ମାଲିକ । 

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସରକାର ଡାକିଲେ ସର୍ବଦୈଳୀୟ ବୈଠକ, କଂଗ୍ରେସ କହିଲା ‘ଏଯାଏଁ ମିଳିନି ଏଜେଣ୍ଡା’

୨୦୧୮ରେ ମଧ୍ୟ ମିହ୍ନ ସିଟିର ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୩ ଜଣଙ୍କର ଜୀବନ ଯାଇଥିଲା । ତା ପୂର୍ବରୁ ୨୦୧୬ରେ ହନୋଇର ଏକ କରାଓକେ ବିଲ୍ଡିଂରେ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । କିଛିଦିନ ତଳେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଏକ ୫ ମହଲା କୋଠାରେ ନିଆଁ ଲାଗିବାରୁ ୭୩ ଜଣ ପ୍ରାଣ ହରାଇଥିଲେ ।

Fire Broke Out

Copyright © 2022 - Summa Real Media Private Limited. All Rights Reserved.