ଗଜପତି, ୧୨/୦୨ : ପାରଳାଖେମୁଣ୍ଡି ପୌରପାଳିକା କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି।
ସୂଚନାନୁ୍ାୟୀ, ପାରଳାଖେମୁଣ୍ଡି ପୌରପାଳିକା କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଛି। ଏହି ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପୋଡି ନଷ୍ଟ ହୋଇଯାଇଛି। ପ୍ରାଥମିକ ସୂଚନା ଅନୁସାରେ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ସହ ବିଭନ୍ନ ଯୋଜନାର କାଗଜପତ୍ର, ପଲିଥିନ୍, ଏବଂ ଅନେକ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ଜଳି ପାଉଁଶ ହୋଇଯାଇଛି। ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି। ତେବେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।