ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର, ମୁଣ୍ଡ ଓ ବାମ ହାତରେ ଲାଗିଛି ଆଘାତ

ଦେବଗଡ଼, ୨୪/୦୨ : ଆହତ ଦନ୍ତା ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର। ରିଆମାଳ ରେଞ୍ଜ ପଳସମା ବନାଞ୍ଚଳରେ ଏଭଳି ଘଟଣା ଘଟିଛି। ଫରେଷ୍ଟର ହେମନ୍ତ ବରିହା ଆହତ ହୋଇଛନ୍ତି। 

ରେଞ୍ଜର ନିରଞ୍ଜନ ଧରୁଆଙ୍କ ସୂଚନା ଅନୁସାରେ, କିଛି ଦିନ ତଳେ ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆହାତ ହୋଇ ବନ ବିଭାଗ ଦ୍ୱାରା ଚିକିତ୍ସିତ ହେଉଥିଲା। ବନ ବିଭାଗ ଦ୍ୱାରା ରେଡିଓ କଲାର ଲଗାଯାଇ ସୁସ୍ଥ ହେବାପରେ ହାତୀକୁ ଛଡା ଯାଇଥିଲା। ଆଜି ପାହାନ୍ତିଆ ସମୟରେ ହାତୀଟି ରିଆମାଳ ରେଞ୍ଜ ପଳସମା ବନାଞ୍ଚଳ କରଲଗା ପଞ୍ଚାୟତ ଘୁଣ୍ଟୁଳିପଶି ଗ୍ରାମ ୟୁପି ସ୍କୁଲ ପଛ ପାଖ ଛକଡା ଜଙ୍ଗଲରେ ରାସ୍ତା କଡ଼ ଏକ ମହୁଲ ଗଛ ମୂଳରେ ଠିଆ ହୋଇଥିଲା l ସକାଳ ସାଢେ ୮ଟା ବେଳେ ଖବର ପାଇ ଲୋକମାନେ ହାତୀ ଦେଖିବାକୁ ଭିଡ଼ କରିଥିଲେ। ବନ ବିଭାଗ ଫରେଷ୍ଟର ହେମନ୍ତ ବରିହା ଲୋକଙ୍କୁ ଘଉଡ଼ିବାକୁ ଯାଇ ନିଜେ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଆକ୍ରମଣରୁ ବଞ୍ଚିବାକୁ ଯାଇ ଖସି ପଡିବାରୁ ତାଙ୍କ ମୁଣ୍ଡ ଓ ବାମ ହାତରେ ଆଘାତ ଲାଗିଥିଲା। ହତୀଟି କଣିହାଁ ରେଞ୍ଜକୁ ଯିବା ପରେ ବନ ବିଭାଗ ଘଟଣା ସ୍ଥଳରୁ ଫେରିଥିବା ରେଞ୍ଜର ସୂଚନା ଦେଇଛନ୍ତି l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.