ଭୁବନେଶ୍ୱର ୯/୦୨: ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର । ପୂର୍ବତନ କର୍ପୋରେଟ୍ ଅଧିକାରୀ ସନ୍ତୃପ୍ତ ମିଶ୍ର ବିଜେଡିରେ ସାମିଲ ହୋଇଛନ୍ତି। ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ସନ୍ତୃପ୍ତ ମିଶ୍ର ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ । ଏହାସହ ସନ୍ତୃପ୍ତ ବିର୍ଲା କାର୍ବନର ନିର୍ଦ୍ଦେଶକ ମଧ୍ୟ ରହିଥିଲେ । ଏହି ମିଶ୍ରଣ ପର୍ବରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ସେହ୍ନାଙ୍ଗିନୀ ଛୁରିଆ, ଅତନୁ ସବ୍ୟସାଚୀ ନାୟକ, ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଶୁକ୍ରବାର ସନ୍ତୃପ୍ତ ବିଜେଡିରେ ଯୋଗ ଦେବା ପରେ ସେ କହିଛନ୍ତି, ଦଳରେ ଯାହା ଦାୟିତ୍ୱ ମିଳିବ ତାକୁ ସୂଚାରୁ ରୂପେ ପାଳନ କରିବି । ଓଡିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଚେଷ୍ଟା କରିବି ।