ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଦାଦାଙ୍କ ନୂଆ ଇଂନିସ୍, ଏବେ ଟାଟା ଓ ମିତ୍ତଲଙ୍କୁ ଦେବେ ଟକ୍କର

ନୂଆଦିଲ୍ଲୀ, ୧୬/୦୯: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକଙ୍କ ମଧ୍ୟରୁ ସୌରଭ ଗାଙ୍ଗୁଲି ଅନ୍ୟତମ । ସେ ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରି ସାରିଛନ୍ତି । ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଏବେ ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ଇଂନିସ୍ । ତେବେ ଦାଦାଙ୍କ ନୂଆ ପାଳି କ୍ରିକେଟ୍ ମୈଦାନରେ ନୁହେଁ ବରଂ ବ୍ୟବସାୟରେ ଆରମ୍ଭ ହେବ ।

ସ୍ପେନର ମ୍ୟାଡ୍ରିଡରେ ଚାଲିଥିବା ବଙ୍ଗାଲ ଗ୍ଲୋବାଲ୍ ବିଜନେସ୍ ସମ୍ମିଟରେ ଖୋଦ୍ ସୌରଭ ଗାଙ୍ଗୁଲି ତାଙ୍କ ନୂଆ ପାଳି ନେଇ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟକୁ ପୁଞ୍ଜିନିବେଶ ଆକର୍ଷିତ କରିବା ଲାଗି ୧୨ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ସ୍ପେନ୍ ଓ ଦୁବାଇ ଯାତ୍ରାରେ ଦିଦିଙ୍କ ସହ ଅଛନ୍ତି ସୌରଭ ଗାଙ୍ଗୁଲି । 

ଏଲଓସି ନିକଟ ବାରମୂଳାରେ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଏହି ଅବସରରେ ସ୍ପେନରେ ଗାଙ୍ଗୁଲି କହିଛନ୍ତି, ସେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁରର ସାଲବୋନିରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବେ । ଏଥିସହ ବାଣିଜ୍ୟରେ ନୂଆ ଇଂନିସ୍ ଆରମ୍ଭ କରିବାକୁ ଯାଉଥିବା ଦାଦାଙ୍କ ମୁକାବିଲା ଷ୍ଟିଲ୍ ଇଣ୍ଡଷ୍ଟ୍ରିରେ ଟାଟା ଓ ମିତ୍ତଲ ଭଳି ବ୍ରାଣ୍ଡ ସହ ହେବ ।

ଗାଙ୍ଗୁଲିଙ୍କ ଅନୁସାରେ, ଏହା ପଶ୍ଚିମବଙ୍ଗରେ ତାଙ୍କର ତୃତୀୟ ଷ୍ଟିଲ୍ ପ୍ଲାଣ୍ଟ ହେବ । ୨୦୦୭ରେ ସୌରଭ ଗାଙ୍ଗୁଲି ପ୍ରଥମ ପ୍ଲାଣ୍ଟ ଆରମ୍ଭ କରିଥିଲେ । ନୂଆ କାରଖାନା କାର୍ଯ୍ୟ ଆଗାମୀ ୬ରୁ ୭ ମଧ୍ୟରେ ଆରମ୍ଭ ହୋଇ ବର୍ଷେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।

୨୦୨୪ରେ ମୋକ୍ଷ ପାଇବେ ସନାତନ ଧର୍ମକୁ ଗାଳି କରୁଥିବା ଲୋକ: ବାବା ରାମଦେବ

ବ୍ୟବସାୟିକ ପରିବାରରୁ ଆସିଥିବା ସୌରଭଙ୍କ ଦାଦା ଜଣେ ବଡ଼ ବ୍ୟବସାୟୀ । ୫୦ ବର୍ଷ ତଳେ ତାଙ୍କ ଦାଦା ପଶ୍ଚିମବଙ୍ଗରେ ବ୍ୟବସାୟ ଆରମ୍ଭ କରିଥିଲେ । କ୍ରିକେଟ୍ ଜଗତର ବଡ଼ ଚେହେରା ସୌରଭଙ୍କ ନେତୃତ୍ୱରେ ଭାରତୀୟ ଦଳ ଅନେକ ସଫଳତା ପାଇଥିଲା । ଆକଳନ ଅନୁସାରେ, ସୌରଭ ଗାଙ୍ଗୁଲିଙ୍କ ମୋଟ ସମ୍ପତ୍ତି ପ୍ରାୟ ୮୫ ମିଲିୟନ୍ ଡଲାର । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭ ଶହ କୋଟି ହେବ । 

Steel Plant
Sourav Ganguly

Copyright © 2022 - Summa Real Media Private Limited. All Rights Reserved.