ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୪ ଦିନ ପରେ ଚନ୍ଦ୍ରଭାଗା ବୁଡ: ତୀର୍ଥ ପୁଷ୍କରିଣୀ ସଫେଇକୁ ଗୁରୁତ୍ୱ, ୫୧ଟି ସିସିଟିଭି ନଜରରେ ଅର୍କକ୍ଷେତ୍ର

କୋଣାର୍କ,୧୨/୦୨: ପୌରାଣିକ  ଖ୍ୟାତିସମ୍ପନ୍ନ ଚନ୍ଦ୍ରଭାଗା ମାଘ ସପ୍ତମୀ  ବୁଡ଼କୁ ଆଉ ମାତ୍ର ୪ଦିନ । ସମାଗମ  ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ। କରିବେ  ତିଳତର୍ପଣ । ଏହାକୁ ନେଇ ଜୋର୍‌ ଧରିଛି  ପ୍ରଶାସନିକ ପ୍ରସ୍ତୁତି । ପ୍ରମୁଖ କାର୍ଯ୍ୟ ଭାବେ ତୀର୍ଥ ପୁଷ୍କରିଣୀର ସଫେଇ, ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଉଛି । ଏଥିସହ  ଆନୁଷଙ୍ଗିକ କାର୍ଯ୍ୟକ୍ରମ ମଧ୍ୟ ସମାନ୍ତରାଳ  ଭାବେ ଆଗେଇ ଚାଲିଛି । 

ଇତିମଧ୍ୟରେ ଡ୍ରେନେଜ ବିଭାଗ  ପକ୍ଷରୁ ତୀର୍ଥ ପୁଷ୍କରିଣୀରୁ ଜଳ ନିଷ୍କାସନ ଓ  ପଙ୍କୋଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏନ୍‌ଏସି  ପ୍ରଶାସନ ପକ୍ଷରୁ ବ୍ଲଚିଂ ଓ ଚୂନ ପକାଇ  ଜଳ ବିଶାଧନ କରାଯାଉଛି । ମେଳାପଡ଼ିଆ  ସଫେଇ, ପୁଷ୍କରିଣୀ ଚାରିପଟେ ବ୍ୟାରିକେଡ୍‌  ନିର୍ମାଣ, ମେଳାପଡ଼ିଆ ଓ ବେଳାଭୂମିରେ  ୱାଚ୍‌ ଟାୱାର ନିର୍ମାଣ, ହାଣ୍ଡିଭଙ୍ଗା ପୁଷ୍କରିଣୀ  ସଫେଇ କାର୍ଯ୍ୟ ଚାଲିଛି । ସପ୍ତମୀ ବୁଡ଼ ୨ଦିନ  ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯିବାକୁ  ଲକ୍ଷ୍ୟ ରଖାଯାଇଛି । 

ଚନ୍ଦ୍ରଭାଗା ମେଳା  ପଡିଆ, ନବଗ୍ରହ ପୀଠ ଆଦି ସ୍ଥାନରେ ପ୍ରାୟ  ୨୦୦ ସ୍ୱେଛାସେବୀ ନିୟାଜିତ ରହିବେ ।  ମେଳାପଡିଆରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର,  ଶୌଚାଳୟ, ପାନୀୟ ଜଳ, ନିରବଚ୍ଛିନ୍ନ  ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରାଯିବ ।  ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି, ଲାଇଫ ଗାର୍ଡ  ମୁତୟନ କରାଯିବ । ଚଳିତ ବର୍ଷ ଚନ୍ଦ୍ରଭାଗା  ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା  ଅନୁମାନ କରାଯାଉଛି । ତେବେ ଜଳାଶୟରେ  କମ୍‌ ଜଳ ଥିବାରୁ ସେମାନେ ସମସ୍ୟାର  ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.