ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାରି ଶିକ୍ଷକଙ୍କୁ ମିଳିଲା ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କାଶୀପୁର,୨/୨ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ୪ଜଣ ଶିକ୍ଷକଙ୍କ ସହ ସରମବାଇ ପ୍ରାଥମିକ ବିଦ୍ୟାଳୟକୁ ମିଳିଛି ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଗତକାଲି ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । 

ସେହିପରି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଗଣ ଶିକ୍ଷା ବିଭାଗ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଯୋଗଦେଇ ଶ୍ରେଷ୍ଠ ବିଦ୍ୟାଳୟ, ଶିକ୍ଷକ, ଆଲୁମିନି କମିଟି, ପରିଚାଳନା କମିଟି ଏବଂ ଶ୍ରେଷ୍ଠ ବିଇଓଙ୍କୁ ଟ୍ରଫି, ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । 

ଏହି ଅବସରରେ କାଶୀପୁର ବ୍ଲକ ଟିକିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ରଞ୍ଜିତ ମିଶ୍ର ଏବଂ ରାଜେନ୍ଦ୍ର ମୋହନ୍ତ ଏବଂ ମାଇକଞ୍ଚ ଉଚ୍ଚ ବିଦ୍ୟାଳୟର ଏଆର ବୁଟିକା, କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ବେଷ୍ଟ ସେକେଣ୍ଡାରୀ ଟିଚର ଭାବେ ମାନପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଛି ।ସେହିପରି ସୁଙ୍ଗେର ପଞ୍ଚାୟତର ସରମବାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ଏବଂ ଶିକ୍ଷଣୀୟ ପରିବେଶ ଯୋଗୁଁ ଏହି ବିଦ୍ୟାଳୟକୁ ମିଳିଛି ଶ୍ରେଷ୍ଠ ପୁରସ୍କାର । ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜ୍ୟସ୍ତରୀୟ ପୁରସ୍କାର ପାଇ କାଶୀପୁର ବ୍ଲକକୁ ଗୌରବାନ୍ଵିତ କରିଥିବା ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରତି ବିଭିନ୍ନ ମହଲରୁ ଅଭିନନ୍ଦନ ର ସୁଅ ଛୁଟି ବାରେ ଲାଗିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.