ପାରାଦୀପ, ୧୦/୧୧ : ପାରାଦୀପ ହାତୀ ତେଲ ଟାଙ୍କି ନିକଟରେ ଓଲଟିଲା ଏଲପିଜି ବୋଝେଇ ଟ୍ରେଲର। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଲକ୍ ଥାନା ପୋଲିସ ରାସ୍ତାକୁ ସିଲ୍ କରି ଉଦ୍ଧାର କାର୍ଯ୍ୟ ଚଳାଇଛି।
ସୂଚନାନୁଯାୟୀ, ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଏକ ଟ୍ରେଲର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ହାତୀ ତେଲ ଟାଙ୍କି ନିକଟରେ ଓଲଟି ପଡିଥିଲା। ତେବେ ଏଥିରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି। ଗୋଟିଏ ପାର୍ଶ୍ଵରେ ଯାନବାହାନ ଚଳାଚଳ କରୁଥିବା ବେଳେ ଘଟଣା ସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ଲକ୍ ଥାନା ପୋଲିସ ରାସ୍ତାକୁ ସିଲ୍ କରି ଦେଇଛି।